ରାଜ୍ୟରେ ବୃଦ୍ଧି ପାଇଛି କୁମ୍ଭୀର ସଂଖ୍ୟା । ରାଜ୍ୟରେ ଶତକଡା ୩.୫୪ ପ୍ରତିଶତ କୁମ୍ଭୀର ସଂଖ୍ୟା ବୃଦ୍ଧି ଘଟିଥିବା ନେଇ ଆଜି ଗୃହରେ ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ଗଣେଶ ରାମସିଂ ଖୁଣ୍ଟିଆ । ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଶ୍ନ ରାଜ୍ୟରେ କୁମ୍ଭୀରମାନଙ୍କ ସଂଖ୍ୟା କେତେ ? ରାଜ୍ୟରେ କୁମ୍ଭୀରଙ୍କ ସଂଖ୍ୟା କେତେ ଶତକଡା ବୃଦ୍ଧି ଘଟିଛି; ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସାତକୋଶିଆ ଏବଂ ଟିକରପଡାରେ କେତେ ସଂଖ୍ୟକ କୁମ୍ଭୀର ଅଛନ୍ତି ଏବଂ ଶାବକଙ୍କ ସଂଖ୍ୟା କେତେ ? ଚଳିତ ବର୍ଷ କେତେ ବିଦେଶୀଗତ ପକ୍ଷୀଙ୍କ ଏପର୍ଯ୍ୟନ୍ତ ଆଗମନ ହୋଇସାରିଲାଣି, ଏଥିରୁ ବିରଳ ପ୍ରଜାତିର ସମ୍ପୂର୍ଣ୍ଣ ନୂଆ ପକ୍ଷୀଙ୍କ ନାମ କଣ; ତାହା ଚିହ୍ନଟ ହୋଇଅଛି କି ଏବଂ କେଉଁ କାରଣରୁ ଏପରି ପକ୍ଷୀମାନେ ଏହି ଜଳାଶ୍ରୟମାନଙ୍କୁ ଶୀତଋତୁରେ ନିରାପଦ ଆଶ୍ରୟସ୍ଥଳୀ ଭାବରେ ଗ୍ରହଣ କରିଛନ୍ତି ? ଏହି ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ ବନ ବିଭାଗ ଦ୍ୱାରା ହୋଇଥିବା ଗଣନା ଅନୁଯାୟୀ ୨୦୨୫-୨୬ ବର୍ଷରେ ରାଜ୍ୟରେ ୨୧୯୩ ଗୋଟି କୁମ୍ଭୀର ଅଛନ୍ତି ଯାହାକି ଗତବର୍ଷ ତୁଳନାରେ ଶତକଡା ୩.୫୪% ବୃଦ୍ଧି ଘଟିଛି । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସାତକୋଶିଆ ଏବଂ ଟିକରପଡାଠାରେ ୬୫ଟି କୁମ୍ଭୀର ଏବଂ ୨୨ ଗୋଟି ଶାବକ ଅଛନ୍ତି। ଚଳିତ ବର୍ଷ ହୋଇଥିବା ଗଣନା ଅନୁଯାୟୀ ରାଜ୍ୟରେ ୨୪,୯୦,୯୮୬ ସଂଖ୍ୟକ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଅଛି । ଚଳିତ ବର୍ଷ ଗଣନାରେ କୌଣସି ବିରଳ ପ୍ରଜାତିର ନୂଆ ପକ୍ଷୀଙ୍କର ଚିହ୍ନଟ ହୋଇନାହିଁ କିନ୍ତୁ ଚିଲିକାରେ ୨ ଗୋଟି ନୂତନ ପକ୍ଷୀ ଏବଂ ହୀରାକୁଦ ଜଳଭଣ୍ଡାରରେ ୫ ଗୋଟି ନୂତନ ପକ୍ଷୀର ଚିହ୍ନଟ ହୋଇଅଛି । Post navigation Nimapada Police Torture: ପୋଲିସ ନିର୍ଯ୍ୟାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା; ଥାନା ଆଗରେ ମୃତଦେହ ରଖି ଧାରଣା Odisha Forest Fire: ୨ ବର୍ଷରେ ଜଳିଗଲାଣି ୮ ହଜାର ହେକ୍ଟର ଜଙ୍ଗଲ: ପ୍ରସାନ୍ତ ବେହେରା