International Women's Day card with Five strong girls of different cultures and ethnicities stand together. Vector concept of gender equality and of the female empowerment movement.

ଆଜି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ବୀକୃତି ଓ ସମ୍ବର୍ଦ୍ଧନା ଏହି ଦିନରେ ଦିଆଯାଇଥାଏ ।

ନାରୀ ଏକ ଶକ୍ତି, ଏକ ସ୍ନେହମୟୀ ହୃଦୟ, ଏକ ସ୍ଵପ୍ନ ସାକାର କରିବାର ଅତୁଟ ସାମର୍ଥ୍ୟ । ସେ ଜୀବନର ନିର୍ମାତ୍ରୀ, ପରିବାରର ଆଧାରସ୍ଥମ୍ଭ, ଏବଂ ସମାଜର ଅଙ୍ଗସ୍ଵରୂପ ।

୧୯୦୮ ମସିହାରେ ଜଣେ ମହିଳା ଶ୍ରମିକଙ୍କ ଆନ୍ଦୋଳନ କାରଣରୁ ମହିଳା ଦିବସ ପାଳନ ହୋଇଛି। ଏହି ଦିନ ୧୫ ହଜାର ମହିଳା ଚାକିରି ସମୟ କମାଇବା ପାଇଁ, ଦରମା ବଢ଼ାଇବା ଓ ଅନ୍ୟ କିଛି ଅଧିକାର ଦାବି କରି ଆମେରିକାର ନ୍ୟୁୟର୍କ ସହରରେ ଆନ୍ଦୋଳନ କରିଥିଲେ। ଏହାପରେ ଆମେରିକାରେ ୨୮ ଫେବ୍ରୁଆରି ୧୯୦୯ରେ ପ୍ରଥମ ଥର ଜାତୀୟ ମହିଳା ଦିବସ ପାଳନ କରାଗଲା। ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାର କଳ୍ପନା ପ୍ରଥମେ ୧୯୧୦ ମସିଆରେ ଜର୍ମାନୀର କ୍ଲାରା ଜେଡକିଣ୍ଟ ରଖିଥିଲେ।

ଅନ୍ୟପଟେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସମସ୍ତ ମାତୃଶକ୍ତିଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି। ଏହି ଦୃଢ଼ ବିଶ୍ୱାସ ସହ ଆମ ସରକାର ମହିଳାଙ୍କ ସାମଗ୍ରିକ ବିକାଶ ଓ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛନ୍ତି।

ଆଜି ଓଡ଼ିଶାର ମହିଳାମାନେ ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ଆର୍ଥିକ ସ୍ୱାଧୀନତା ପାଉଥିବା ବେଳେ ‘ଲକ୍ଷପତି ଦିଦି’ ଅଭିଯାନ ଜରିଆରେ ନୂତନ ଉଦ୍ୟୋଗୀ ଭାବେ ଆତ୍ମପ୍ରକାଶ କରୁଛନ୍ତି। ଝିଅମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଯୋଜନା ଶିକ୍ଷା କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବାକୁ ଯାଉଥିବା ବେଳେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରୁଛି। ସେହିପରି ‘ମମତା’ ଓ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା’ ଯୋଜନା ଜରିଆରେ ମା’ ଓ ଶିଶୁ କଲ୍ୟାଣକୁ ସୁନିଶ୍ଚିତ କରାଯାଉଛି। ‘ସୁଭଦ୍ରା ୱେଲନେସ୍ ସେଣ୍ଟର’ ଓ ‘ସୁଭଦ୍ରା ଶକ୍ତି ସମ୍ବାଦ’ ଭଳି ଅଭିନବ ପ୍ରୟାସ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସଚେତନତାକୁ ଆହୁରି ମଜବୁତ କରୁଛି।

ଆମର ଏହି ସମସ୍ତ ପ୍ରୟାସର ମୂଳ ଲକ୍ଷ୍ୟ ହେଉଛି ନାରୀଶକ୍ତିଙ୍କୁ ସମ୍ମାନ ଓ ସମାନ ସୁଯୋଗ ପ୍ରଦାନ କରିବା। ସ୍ୱାସ୍ଥ୍ୟଠାରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ, ପ୍ରତିଟି କ୍ଷେତ୍ରରେ ନାରୀଶକ୍ତିଙ୍କୁ ଆଗକୁ ନେବା ପାଇଁ ଆମେ ସଙ୍କଳ୍ପବଦ୍ଧ। ଆସନ୍ତୁ, ମହିଳାମାନଙ୍କ ଅଦମ୍ୟ ସାହସ ଓ ସଫଳତାକୁ ଉତ୍ସବ ଭାବେ ପାଳନ କରିବା ଏବଂ ଏକ ସମାନତା ଭିତ୍ତିକ ସମାଜ ଗଠନରେ ସହଭାଗୀ ହେବା।

Leave a Reply

Your email address will not be published. Required fields are marked *