Odisha CM Announces Rs 4 Lakh Relief in Bhubaneswar Hoarding Collapse death
ଭୁବନେଶ୍ୱରର ଆଇଗିଣିଆରେ ହୋର୍ଡିଂ ଭୁଶୁଡି ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
 
ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ ।
 
ଗତକାଲି ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ଥିବା ହୋର୍ଡିଂ ବର୍ଷା ପବନରେ ଖସି ପଡ଼ିଥିଲା । ଫଳରେ ହୋର୍ଡିଂ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଜଣ ହେଲେ ସୁରେନ୍ଦ୍ର ଗୌଡ଼ ଓ ସଚିଦାନନ୍ଦ ପ୍ରଧାନ । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ ।
 
ଏହି ଘଟଣାକୁ ନେଇ ଆଜି ଆଇଗିଣିଆରେ ପରିବାର ଓ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଥିଲେ । ଫଳରେ ଜାତୀୟ ରାଜପଥ ଅବରୋଧ ହେବ ସହିତ ଉଭୟ ପଟେ ଗାଡ଼ି ଚଳାଚଳ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ।

By Nirvay

Leave a Reply

Your email address will not be published. Required fields are marked *