ଭାରତୀୟ ଇତିହାସରେ ୨୦୧୯ ଫେବୃଆରୀ ୧୪ ତାରିଖ ଏକ କଳା ଦିନ (Black Day) । ଆଜିର ଦିନରେ ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଦେଶର ବୀର ଯବାନମାନେ ଏକ ବର୍ବର ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ । ଜମ୍ମୁ-କାଶ୍ମୀରର ପୁଲୱାମାରେ ୨୦୧୯ ଫେବୃଆରୀ ୧୪ରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଆଜି ସେହି ଅମର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ । ଦେଶର ବିଭିନ୍ନ ସ୍ଥାନରେ ସହିଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜଣାଯାଇଛି । କହିରଖୁଛୁ ଯେ, ଆଜିର ଦିନରେ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିବା ସିଆରପିଏଫ୍ (CRPF) ଯବାନଙ୍କ ଏକ ବିଶାଳ କନଭୟ ଉପରେ ପୁଲୱାମା ଜିଲ୍ଲାର ଅବନ୍ତୀପୋରା ନିକଟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଗୋଟିଏ ଛୋଟିଆ ଗାଡିରେ ରଖାଯାଇଥିଲା ବସ୍ପୋରକ । ଆଉ ସୁଯୋଗ ପାଇବା ମାତ୍ରେ ବିସ୍ଫୋଟକ ଧରି ସିଆରପିଏଫ୍ ଗାଡିର କାରକୁ ମାଡ କରିଥିଲେ ଆତଙ୍କବାଦୀ । ଏହି ଭୟଙ୍କର ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ୪୦ ଜଣ ବୀର ଯବାନ ଶହୀଦ ହୋଇଥିଲେ । Post navigation Bangladesh Election Results: ବିଏନପିର ବିଜୟ ପାଇଁ ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି