ରାଜ୍ୟସଭା ସଚିବାଳୟ ୧୧ ଫେବୃଆରୀ ୨୦୨୬ ତାରିଖରେ ଓଡ଼ିଶାର କଟକ ଜିଲ୍ଲାପାଳଙ୍କ ବିରୋଧରେ ସମ୍ମାନହାନି ନୋଟିସ ଜାରି କରିଛନ୍ତି । କେନ୍ଦ୍ର ପର୍ସନେଲ, ପବ୍ଲିକ ଗ୍ରୀଭାନ୍ସ, ପେନସନ ବିଭାଗ ମନ୍ତ୍ରଳାୟ ବିଭାଗ ଜରିଆରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍ ଜାରି କରାଯାଇଛି । ବିଜେଡି ସାଂସଦ ଦେବଶିଷ ସାମନ୍ତରାୟ ରାଜ୍ୟସଭାରେ ଏହି ସମ୍ପର୍କରେ ଉଠାଇଥିଲେ । ସେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ସିନ୍ଧେଙ୍କ ବିରୋଧରେ ସମ୍ମାନହାନି ନୋଟିସ ଦାଖଲ କରିଥିଲେ । ସାମନ୍ତରାୟ ଅଭିଯୋଗ କରିଥିଲେ ଯେ, ଗତ ଜାନୁଆରି ୨୩ ତାରିଖରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ବାସଭବନରେ ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା । ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ସ୍ଥାନୀୟ ଜନପ୍ରତିନିଧି ଓ ଲୋକସଭା ସାଂସଦଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । କିନ୍ତୁ ଦେବାଶିଷ ସାମନ୍ତରାୟଙ୍କୁ ଜିଲ୍ଲା ପ୍ରଶାସନ ନିମନ୍ତ୍ରଣ କରିନଥିଲା । ଏହା ସଂସଦର ସମ୍ମାନହାନି ବୋଲି ସେ କହିଥିଲେ । ସମ୍ମାନହାନି ନୋଟିସ ଜାରି କରିବା ପାଇଁ ରାଜ୍ୟସଭା ସଭାପତିଙ୍କ ନିକଟରେ ସାମନ୍ତରାୟ ଅପିଲ କରିଥିଲେ । ଏହି ମାମଲାରେ କଟକ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମନ୍ତରାୟ ଦାବି କରିଥିଲେ । Post navigation Sand Mafia Assaults Woman RI: ଆରଆଇଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ Odisha CM In Keonjhar: କେନ୍ଦୁଝରରେ ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ