Mahadeepa to be Placed at Lingaraj Temple on Feb 15 at 10 PM on Maha Shivaratri
ପାଖେଇ ଆସୁଛି ମହା ଶିବରାତ୍ରୀ ତଥା ଜାଗର । ଚଳିତବର୍ଷ ଫେବୃଆରୀ ୧୫ ତାରିଖରେ ପଡୁଛି ଜାଗର । ମହାଶିବରାତ୍ରୀ ନେଇ ମଙ୍ଗଳବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
 
୧୫ ତାରିଖରେ ଶିବରାତ୍ରି ପାଳନ ନେଇ କୌଣସି ଦ୍ଵନ୍ଦ ନଥିବା ଲିଙ୍ଗରାଜ ମନ୍ଦିର ସୁପରଭାଇଜର ସୂଚନା ଦେଇଛନ୍ତି । ଯେଉଁ ଦିନ ଚତୁର୍ଦ୍ଦଶୀରେ ବେଢ଼ା ପରିକ୍ରମା ପଡ଼ିଥାଏ ସେହି ଦିନ ମହାଶିବରାତ୍ରି ହୋଇଥାଏ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ବର୍ଷ ଫେବୃଆରୀ ୧୫ ତାରିଖ ରାତି ସମୟରେ ଚତୁର୍ଦ୍ଦଶୀ ରହୁଛି ଓ ବେଢ଼ା ପଡୁଛି ।
 
ମହା ଆଡମ୍ବରରେ ଜାଗର ପାଳନ କରିବାନେଇ ଏବେ ଠାରୁ ପ୍ରାୟ ସମସ୍ତ ଶୈବ ପୀଠରେ ଜାଗର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
 

By Nirvay

Leave a Reply

Your email address will not be published. Required fields are marked *