Congress will support the Nationwide Strike of central trade unions on Feb 12
ଆସନ୍ତା ୧୨ ତାରିଖରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବ୍ୟାଙ୍କ, ବୀମା, କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ । ଏହି ଧର୍ମଘଟକୁ ସମର୍ଥନ ଘୋଷଣା କରିଛି ରାଜ୍ୟ କଂଗ୍ରେସ । ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି ।
 
ଏହି ଧର୍ମଘଟ ଯୋଗୁଁ ଏନଟିପିସି, ନାଲକୋ, ବିଦ୍ୟୁତ, ରେଳପଥ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କାରଖାନା, ପରିବହନ, ବ୍ୟାଙ୍କ, ବୀମା ଇତ୍ୟାଦି ସରକାରୀ ଅଫିସରେ ତାଲା ଝୁଲିବ ।
 
ଏହି ଧର୍ମଘଟ ଡାକରା ଯୋଗୁଁ ବ୍ୟାଙ୍କିଙ୍ଗ, ଡାକ ସେବା, କୋଇଲା ଖନନ, କାରଖାନା ଏବଂ ରାଜ୍ୟ ପରିବହନ ସେବା ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଚାରି ଶ୍ରମକୋଡ଼ ଏବଂ ଭିବି ରାମଜି ଆଇନକୁ ବିରୋଧ କରି ଟ୍ରେଡ ୟୁନିଅନ ମିଳିତ ମଞ୍ଚ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି ।
 

By Nirvay

Leave a Reply

Your email address will not be published. Required fields are marked *