ଓଡ଼ିଶା ସରକାର ଆଇଏଏସ (IAS) ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଯେଉଁଥିରେ ଅନେକ ବରିଷ୍ଠ ଅଧିକାରୀଙ୍କ ବିଭାଗ ପରିବର୍ତ୍ତନ କରାଯାଇଛି । ଅନେକ ଅଭିଜ୍ଞ IAS ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସହ ଅତିରିକ୍ତ କାର୍ଯ୍ୟଭାର ମଧ୍ୟ ଅର୍ପଣ କରାଯାଇଛି।

ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ବିସ୍ତୃତ ଭାବରେ ଏହାକୁ ନେଇ ଉଲ୍ଲେଖ କରାଯାଇଥିବା ପରିବର୍ତ୍ତନଗୁଡ଼ିକରେ ନୂତନ ନିଯୁକ୍ତି, ଅତିରିକ୍ତ ଦାୟିତ୍ୱ ଏବଂ ରାଜସ୍ୱ, କୃଷି, ଖଣି ଏବଂ ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଶାସନକୁ ସୁବ୍ୟବସ୍ଥିତ କରିବା ପାଇଁ ପୂର୍ବ ଭୂମିକାର ସମାପ୍ତି ଅନ୍ତର୍ଭୁକ୍ତ। ଏହି ପୁନର୍ଗଠନ ଉଚ୍ଚ-ପ୍ରୋଫାଇଲ୍ ପଦବୀକୁ ପ୍ରଭାବିତ କରେ, ୧୯୯୩ ରୁ ୨୦୧୨ ବ୍ୟାଚ୍ ପର୍ଯ୍ୟନ୍ତ ଅନେକ ଅଧିକାରୀଙ୍କୁ ପୁନଃନିଯୁକ୍ତ କରାଯାଇଛି।

ଏହି ନିଯୁକ୍ତିରେ ୧୯୯୩ ବ୍ୟାଚର ଦେଓ ରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ବ ମିଳିଛି । ବତ୍ତର୍ମାନ ଉନ୍ନୟନ କମିଶନର ଅଛନ୍ତି ଦେଓ ରଞ୍ଜନ । ସେହିପରି ୧୯୯୩ ବ୍ୟାଚର ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ବ ମିଳିଛି । ଏଥିସହ ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA&PG) ଏବଂ ସଂସଦୀୟ ବ୍ୟାପାରରେ ଅତିରିକ୍ତ ଦାୟିତ୍ୱରେ ଥିଲେ, ତାଙ୍କୁ GA&PG ବିଭାଗର ACS ଭାବରେ ନିଯୁକ୍ତ କରାଯାଇଛି, ତାଙ୍କର ସଂସଦୀୟ ବ୍ୟାପାର ଭୂମିକା ବଜାୟ ରହିଛି।।

ଅନ୍ୟପଟେ ୧୯୯୫ ବ୍ୟାଚର ବିଷ୍ଣୁପଦ ସେଠୀ ହେଲେ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ । ଏଥିସହ ବିଷ୍ଣୁପଦ ସେଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ମିଳିଥିବା ବେଳେ ୧୯୯୫ ବ୍ୟାଚର ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି ।

ସେହିପରି ୧୯୯୬ ବ୍ୟାଚ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି କରାଯାଇଛି । ଏଥିସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବରେ ମଧ୍ୟ ରହିବେ ଅରବିନ୍ଦ । ଏହାସହ ୧୯୯୬ ବ୍ୟାଚର ଉଷା ପାଢ଼ୀଙ୍କୁ ଇଡ୍‌କୋ ଅଧ୍ୟକ୍ଷା ଦାୟତ୍ବ ମିଳିବା ସହ ସେ ନଗର ଉନ୍ନୟନ ଦାୟିତ୍ବରେ ମଧ୍ୟ ରହିବେ ।

ଏଥିସହିତ ୧୯୯୭ ବ୍ୟାଚର ଶୁଭା ଶର୍ମା ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ, ଏନବିଏସ୍‌ ରାଜପୁତ ହେଲେ ନୂଆ ପରବହନ ପ୍ରମୁଖ ସଚିବ ହୋଇଛନ୍ତି । ଏଥିସହ OSRTC ଦାୟିତ୍ବରେ ମଧ୍ୟ ରହିବେ ଏନବିଏସ୍‌ ରାଜପୁତ ।

ସେହିପରି ଗିରିଶ ଏସଏନ୍‌ଙ୍କୁ OMC ଅଧ୍ୟକ୍ଷ ଦାୟତ୍ବ ମିଳିବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ବି ରହିବେ ଗିରିଶ । ମୃଣାଳିନୀ ଦର୍ଶୱାଲ ମହିଳା ଶିଶୁ ବିକାଶ ବିଭାଗ ସଚିବ, ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମ୍‌ଡି ଦାୟିତ୍ବ । ଏଥିସହ ପର୍ଯ୍ୟଟନ ବିଭାଗ ଦାୟିତ୍ବ ବି ତୁଲାଇବେ ବଲୱନ୍ତ ।

ସେହିପରି ସଚିନ ରାମଚନ୍ଦ୍ର ଯାଦବ ହେଲେ ନୂଆ କୃଷି ସଚିବ ଦାୟିତ୍ଵ ମିଳିବା ସହ କ୍ରୀଡ଼ା ଓ ଯୁବ ବ୍ୟାପାର ଦାୟିତ୍ବରେ ବି ରହିବେ ସଚିନ ରାମଚନ୍ଦ୍ର ଯାଦବ । ଅନ୍ୟପଟେ ଅନୁପମ ଶାହଙ୍କୁ ଓବିସିସି ଏମଡିର ଅତିରିକ୍ତ ଦାୟିତ୍ବ ମିଳିବା ସହ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ମଧ୍ୟ ରହିବେ ଅନୁପମ ଶାହ । ସଂଗ୍ରାମ କେଶରୀ ମହାପାତ୍ର ଉତ୍ତରାଞ୍ଚଳ RDC ଓ ଦକ୍ଷିଣାଞ୍ଚଳ RDC ଦାୟିତ୍ବରେ ରହିବେ ।

ଏହା ସହ ରଶ୍ମିତା ପଣ୍ଡା ହେଲେ BDA ଉପାଧ୍ୟକ୍ଷ । ସେହିପରି ସୁଧାଂଣୁ ମୋହନ ସାମଲ କେନ୍ଦ୍ରାଞ୍ଚଳ RDC ହେବା ସହ ଓଡ଼ିଶା ଖଣି ନିଗମ ଏମଡି ଦୟିତ୍ବରେ ବି ରହିବେ ସୁଧାଂଣୁ ମୋହନ । ସାଦୀକ୍‌ ଆଲମ ହେଲେ CRUTର ନୂଆ ଏମ୍‌ଡି । ଏଥିସହ ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଦାୟିତ୍ବରେ ରହିବେ ସାଦୀକ୍‌ ଆଲମ । ମାନ୍‌ସୀ ନିମ୍ଭାଲ ହେଲେ ମିଶନ ଶକ୍ତି ବିଭାଗ ସଚିବ ଏବଂ ପ୍ରେମଚନ୍ଦ ଚୌଧୁରୀ ହେଲେ ମତ୍ସ୍ୟ ପଶୁ ସମ୍ପଦ ସଚିବ ।

Leave a Reply

Your email address will not be published. Required fields are marked *