No Question of Other Leadership While Naveen Babu's There, says Kalikesh
ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଆଜି ନବୀନ ନିବାସରେ ଭେଟିବା ପରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି ଯେ ନବୀନଙ୍କ ପରେ କୌଣସି ଲିଡରସିପ୍‌ର ପ୍ରଶ୍ନ ଉଠୁନି । ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି ବୋଲି ସେ କହିଛନ୍ତି । ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ତାହା ନିର୍ବାହ କରିବେ ବୋଲି କଳିକେଶ କହିଛନ୍ତି ।
 
୨୪ ବର୍ଷ ଧରି ରାଜ୍ୟକୁ ଗୋଲ୍ଡେନ୍ ପିରିୟଡ୍ ନବୀନ ଦେଇଛନ୍ତି । ରାଜ୍ୟରେ ଯେଉଁ ସ୍ଥିତି ରହିଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ ବୋଲି ସେ କହିଛନ୍ତି ।
 
ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲେ । ତେଣୁ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ବଲାଙ୍ଗିର ଜିଲ୍ଲାରେ ସାଂଗଠନିକ ସ୍ଥିତି ଏବଂ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ ବୋଲି ସେ କହିଛନ୍ତି । ତେବେ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ କିଛି ଆଲୋଚନା ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *