Kalikesh Narayan Singh Deo At Naveen NiwasFile Pic
ବିଜେଡିର ଭବିଷ୍ୟତ ଓ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ନେଇ ପୁଣିଥରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଜି ନବୀନ ନିବାସରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପହଞ୍ଚିବା ପରେ ବିଜେଡିରେ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ନବୀନ ନିବାସରେ ଅଛନ୍ତି ପ୍ରତାପ ଜେନା ଓ ଦେବୀ ମିଶ୍ର ।
 
ତେବେ କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ନେତୃତ୍ୱ ଦେବା ସପକ୍ଷରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୁକ୍ତି ବାଢ଼ିଥିଲେ । କଳିକେଶଙ୍କୁ ନେତୃତ୍ୱ ଦେବାକୁ ଦେବେଶ ଆଚାର୍ଯ୍ୟ ମଧ୍ୟ ଖୋଲା ମଞ୍ଚରେ କହିଥିଲେ ।
 
କହିରଖୁଛୁ ଯେ, ଗତ ୨୩ ତାରିଖରେ କଳିକେଶଙ୍କ ବାପା ଏ.ୟୁ. ସିଂହଦେଓ ନବୀନ ନିବାସ ଯାଇଥିଲେ । ଦିବ୍ୟଶଙ୍କର ମୀଶ୍ର ଓ ଦେବେଶ ଆଚାର୍ଯ୍ୟଙ୍କ ସୁପାରିସ ପରେ ଗତ ଦୁଇ ଦିନ ଧରି କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ଜୋରଦାର ଚର୍ଚ୍ଚା ହେଉଛି ।

By Nirvay

Leave a Reply

Your email address will not be published. Required fields are marked *