କୋଟିଆରେ ବେଆଇନ୍ ଅନୁପ୍ରବେଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କୋଟିଆ ସୀମା ବିବାଦ ଉପରେ ଓଡ଼ିଶା ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଏହି ଅଞ୍ଚଳରେ ଯେକୌଣସି ଅବୈଧ ପ୍ରବେଶ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ସୀମା ଅତିକ୍ରମ କରି କୋଟିଆ ଲୋକଙ୍କୁ ପ୍ରଭାବିତ କରୁଛି ଆନ୍ଧ୍ର । ଆନ୍ଧ୍ର ମାଉସୀ ହୋଇ ସାହାଯ୍ୟ କରୁଛି, କିନ୍ତୁ ଓଡ଼ିଶା ଦୀର୍ଘକାଳୀନ କଲ୍ୟାଣ ସୁନିଶ୍ଚିତ କରି “ମା” ପରି କାର୍ଯ୍ୟ କରୁଛି। । ସୁରେଶ ପୂଜାରୀ ଆଉ ମଧ୍ୟ କହିଛନ୍ତି କୋଟିଆର ବିକାଶ ପାଇଁ ପୂର୍ଣ୍ଣକାଳୀନ ଅଫିସରଙ୍କୁ ଦାୟିତ୍ଵ ଦିଆଯାଇଛି । ଏଥିପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହେଉଛି । କୋଟିଆ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ, କେହି ଅଲଗା କରିପାରିବେନି । ସେହିପରି କୋଟିଆରେ ଆନ୍ଧ୍ର ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମ୍ପ୍ରତି ସଂଘର୍ଷ ପରେ ମନ୍ତ୍ରୀମାନଙ୍କ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଆନ୍ଧ୍ର ପ୍ରଦେଶ କଲ୍ୟାଣକାରୀ ଯୋଜନା ଏବଂ ପ୍ରଶାସନିକ ଯୋଗାଯୋଗ ମାଧ୍ୟମରେ ଗ୍ରାମବାସୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛି ବୋଲି ଅଭିଯୋଗ ହୋଇଛି, ଯେତେବେଳେ ଓଡ଼ିଶା ୩୦ଟି ଗ୍ରାମକୁ ନିରନ୍ତର ବିଦ୍ୟୁତ୍ ଯୋଗାଇବା ପାଇଁ ଏକ ବିଦ୍ୟୁତ୍ ସବଷ୍ଟେସନ୍ ସମେତ ବିକାଶ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢାଇ ଚାଲିଛି। Post navigation Shri Jagannath Darshan Yojana: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର Smart Meter Scam: स्मार्ट मीटर स्कैम: 488 करोड़ का ‘स्मार्ट’ घोटाला?