ଦିବ୍ୟଶଙ୍କରଙ୍କ କଥା ଦୋହରାଇଲେ ବିଜେଡି ନେତା ଦେବେଶ ଆଚାର୍ଯ୍ୟ । କଳିକେଶ ନାରାୟଣ ସିଂହଦେଓଙ୍କୁ ବିଜେଡି ନେତୃତ୍ୱ ଦେବାକୁ କଲେ ଦାବି । ସାଧାରଣ ସଭାରେ ଦାବି କଲେ ବିଜେଡି ନେତା ଦେବେଶ ଆଚାର୍ଯ୍ୟ । ବିଜେଡିର ପରବର୍ତ୍ତୀ ନେତୃତ୍ବ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ନିଅନ୍ତୁ ବୋଲି ଇସାରାରେ କହିଛନ୍ତି ପୂର୍ବତନ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ। ସେ କହିଛନ୍ତି କଳିକେଶଙ୍କ କ୍ରୀଡ଼ାଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ଦକ୍ଷତା ରହିଛି। ପଶ୍ଚିମ ଓଡ଼ିଶା ଏବଂ ଓଡ଼ିଶାବାସୀ ଆଶା କରୁଛନ୍ତି କି କଳିକେଶ ନାରାୟଣ ସିଂହଦେଓ ନେତୃତ୍ବ ନିଅନ୍ତୁ। ଅନ୍ୟପଟେ ଗତକାଲି କଳିକେଶଙ୍କୁ ବିଜେଡି ରାଜ୍ୟ ନେତୃତ୍ବ ମିଳୁ କହିଥିଲେ ଦିବ୍ୟଶଙ୍କର । ସୂଚନା ଯୋଗ୍ୟ; ବିଜୁ ଜନତା ଦଳର ନେତୃତ୍ୱକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଦଳର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ପୂର୍ବରୁ ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଦ୍ୱାରା ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓଙ୍କୁ ସମର୍ଥନ କରିଛନ୍ତି। ଦିବ୍ୟ ଶଙ୍କର ମିଶ୍ର ସାର୍ବଜନୀନ ଭାବରେ ସମାନ ମତ ରଖିବାର ଦୁଇ ଦିନ ପରେ ବୁଧବାର ଦିନ ବଲାଙ୍ଗିରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ଦେବେଶ ଆଚାର୍ଯ୍ୟ ପରୋକ୍ଷରେ ପରାମର୍ଶ ଦେଇଥିଲେ ଯେ କଳିକେଶ ନାରାୟଣ ସିଂହ ଦେଓ ଦଳରେ ଏକ ବୃହତ ନେତୃତ୍ୱ ଭୂମିକା ଗ୍ରହଣ କରିବା ଉଚିତ । Post navigation Budget Session 2026: ଭାରତ-EU ମଧ୍ୟରେ FTA ହୋଇଛି: ମୋଦି Gold Price Hike: ରେକର୍ଡ ସ୍ତରରେ ବୃଦ୍ଧି ପାଇଲା ସୁନା ଦର; ଏକାଥରକେ ବଢ଼ିଲା ୧୧ ହଜାର ୭୭୦ ଟଙ୍କା