ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ଐତିହାସିକ ଖଣ୍ଡଗିରି କୁମ୍ଭ ମେଳା। ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ଆଜି ଠାରୁ ଆରମ୍ଭ ହେଲା କୁମ୍ଭ ମେଳା। ରାଜ୍ୟ ଓ ରାଜ୍ୟ ବାହାର ନାଗା ସାଧୁମାନଙ୍କ ଧୀରେ ଧୀରେ ସମାଗମ ହେଉଛି। ଖଣ୍ଡଗିରୀ ମେଳାର ପାଦ ଦେଶରେ ସାଧୁ ମାନେ ନିଜ ନିଜ ଆସ୍ଥାନ ଜମାଇଲେଣି । ହର ହର ମହାଦେବ ମନ୍ତ୍ର ସାଙ୍ଗକୁ ହୋମ ଯଜ୍ଞରେ ପ୍ରକମ୍ପିତ ହେବ ପରିବେଶ। ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ନାଗାସାଧୁଙ୍କର ଚାଲିବ ବିଶ୍ବଶାନ୍ତି ମହାଯଜ୍ଞ। ଲାଗିବ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। କଳସ ଯାତ୍ରାରୁ ଆସିବା ପରେ ଯଜ୍ଞର ପୂର୍ଣ୍ଣ ଆରମ୍ଭ ହେବ । ନାଗା ସନ୍ନ୍ୟାସୀଙ୍କଠାରୁ ଆରମ୍ଭ କରି ବୈଷ୍ଣବ ଚାରି ସମ୍ପ୍ରଦାୟ, ଓଡ଼ିଶାର ପଞ୍ଚସଖା ସମ୍ପ୍ରଦାୟ, ଗୌଡ଼ୀୟ, ବେଦପତି ପ୍ରମୁଖ ବିଭିନ୍ନ ସନ୍ନ୍ୟାସୀଙ୍କ ହୋମଯଜ୍ଞରେ କମ୍ପିବ ଖଣ୍ଡଗିରିର ପରିବେଶ । ପଞ୍ଚଦେବତାଙ୍କ ଉଦେଶ୍ୟରେ ହୋଇଥିବା ପଞ୍ଚଯଜ୍ଞ କୁଣ୍ଡର ପୂଜା କରିବା ସହ କଳସ ଯାତ୍ରାରୁ ଆସିବା ପରେ ଆରମ୍ଭ ହେବ ଯଜ୍ଞ ଏବଂ ପୂଜାର୍ଚ୍ଚନା । ଖଣ୍ଡଗିରି ମେଳାରେ ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ। ସୁରକ୍ଷା ଦୃଷ୍ଟିରୁ ଖଣ୍ଡଗିରି ମେଳାରେ ମୋଟ ୧୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଅନ୍ୟପଟେ ମେଳା ପରିସରରେ ୧୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ବିଏମ୍ସି । ଯଦି କିଏ ଖିଲାପ କରେ, ତାହେଲେ ଦୁଇଗୁଣା ଜରିମାନା ଆଦାୟ କରାଯିବ । ଏହା ସହ କୌଣସି ସ୍ଥାୟୀ ନିର୍ମାଣ ହେବନାହିଁ ବୋଲି ଏସ୍ଓପିରେ କୁହାଯାଇଛି । ଯାତ୍ରାରେ କୌଣସି ପ୍ରକାର ବିଜ୍ଞାପନ ମରାଯିବନି । ଟ୍ରାଫିକ କଟକଣାକୁ ଜୋରଦାର କରାଯିବ । ଯେପରି ଭିଡ ନ ଉପୁଜେ ସେ ପ୍ରତି ଧ୍ୟାନ ଦେବାକୁ ଡିସିପି ଟ୍ରାଫିକ୍ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାରେ ଗାଡ଼ି ପାର୍କିଂ ଉପରେ କଟକଣା ଲାଗୁ ହୋଇଛି । Post navigation NITI Aayog VC Meets Odisha CM: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ Odia Music Composer Abhijit Majumdar Passes Away: ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ପରଲୋକ