MLA Arvind Mohapatra shows strength in Patkura

କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଡେରାବିଶ ବ୍ଲକ୍‌ରେ ବିଧାୟକ ଅରବିନ୍ଦ ମହାପାତ୍ର ଶକ୍ତି ପ୍ରଦର୍ଶନ କରିଛନ୍ତି । ମୋଟର ସାଇକେଲ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ବିଧାୟକ ଏହି ଶକ୍ତି ପ୍ରଦର୍ଶନ କରିଛନ୍ତି । ଶୋଭାଯାତ୍ରା ଚାନ୍ଦୋଳ ବଜାର, କାକଟିଆ ଛକ ଦେଇ ଗଣେଶ୍ୱରପୁର ପର୍ଯ୍ୟନ୍ତ ଯାଇଥିଲା ।

ଏହା ଛଡା ବିଧାୟକ ଅରବିନ୍ଦ ମହାପାତ୍ର ଲାଲ ବାହାଦୁର ହାଇସ୍କୁଲ୍‌ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇଥିଲେ । ସେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ପୂର୍ବରୁ ନିଲମ୍ବନକୁ ନେଇ ପ୍ରଶ୍ନ କରି କହିଛନ୍ତି ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମିଛ କହିଛନ୍ତି ଏବଂ ତାଙ୍କ ସହ ଅନ୍ୟମାନେ ବି ମିଛ କହିଛନ୍ତି ।

ବିଧାୟକ ଅରବିନ୍ଦ ମହାପାତ୍ର ପୁଣି କହିଛନ୍ତି ଯେ ପାଟକୁରାବାସୀ ତାଙ୍କୁ ଜିତାଇଛନ୍ତି ଏବଂ ସେ ବିଧାନସଭାରେ ପାଟକୁରା ସ୍ୱର ଉଠାଇବେ । ତାଙ୍କ ନାଁ ଖରାପ କରିବା ପାଇଁ ଚେଷ୍ଟା କରାଯାଇଛି । ୧୫ ରୁ ୨୧ ତାରିଖ ଭିତରେ ୮ ପ୍ରକାର ଆରୋପ ଲଗାଇଛନ୍ତି, ମାତ୍ର ସେ ବିଚଳିତ ନୁହଁନ୍ତି ବୋଲି କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *