ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ନାବାଳକ ପୁଲିସ ମାଡ଼ରେ ଗୁରୁତର ହୋଇଛି । ନାବାଳକଙ୍କ ପରିବାର ଲୋକ କହିଛନ୍ତି ଯେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଗହଳି ଭିତରେ ଜଣେ ପୋଲିସ ପୋଷାକଧାରୀ ତାଙ୍କ ପୁଅକୁ ବାଡେଇ ଥିଲେ । ନାବାଳକଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ସୂଚନା ଦେଇଛନ୍ତି ଯେ ନାବାଳକଙ୍କ ଅବସ୍ଥା ଗୁରୁତର ହେବାରୁ ଇନଡୋରରେ ଆଡମିଶନ କରି ଚିକିତ୍ସା କରାଯାଉଛି । କହିରଖୁଛୁ ଯେ, ଶୁକ୍ରବାର ରାତିରେ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ଅଚ୍ୟୁତାନନ୍ଦ ବିଶ୍ୱାଳ, ପତ୍ନୀ ଓ ଦଶମ ଶ୍ରେଣୀରେ ପଢୁଥିବା ପୁଅ ସ୍ୱୟଂଶୁଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ଘଟଣା ସ୍ଥଳରେ ସିଟି ଡିଏସପି ଓ ସିଂହଦ୍ୱାରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ଫୁଟେଜ ଯାଞ୍ଚ କରାଯାଉଛି । Post navigation Odisha Congress Hit By Mass Resignation: କଂଗ୍ରେସରୁ ଇସ୍ତଫା ଦେଲେ ମହମ୍ମଦ ମୋକିମଙ୍କ ୪୧ ସମର୍ଥକ Woman Arrested In Fraud Case: ୩ କୋଟିରୁ ଉର୍ଦ୍ଧ ଠକେଇ ମାମଲାରେ ମହିଳା ଗିରଫ