ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୬୧,୦୦୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏହି ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନିଯୁକ୍ତି ପତ୍ର କେବଳ ଏକ ଚାକିରି ନୁହେଁ, ବରଂ ‘ବିକଶିତ ଭାରତ’ ଗଠନ ପାଇଁ ଏକ ଆମନ୍ତ୍ରଣ ପତ୍ର । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ନିଯୁକ୍ତି ଯୁବକମାନଙ୍କୁ ସଶକ୍ତ କରିବା ଏବଂ ଜାତୀୟ ବିକାଶରେ ପ୍ରଭାବଶାଳୀ ଭାବରେ ଯୋଗଦାନ ଦେବା ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ସରକାର ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିବଦ୍ଧ ଏବଂ ଏଥିପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେ ଯୁବକମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ସହ ସରକାରୀ ବିଭାଗରେ ନିଯୁକ୍ତି ପାଇଥିବା ଯୁବକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । Post navigation Vice President In Odisha: ନେତାଜୀ ଜୟନ୍ତୀରେ ପରିକ୍ରମା ଦିବସରେ ସାମିଲ ହେଲେ ଉପରାଷ୍ଟ୍ରପତି