ଖଣ୍ଡଗିରିରେ ମାଘ ମେଳା ଆୟୋଜନ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାଧୁସନ୍ଥଙ୍କ ରହଣିଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇଯାଇଛି । ଚଳିତ ବର୍ଷ ମାଘ ମେଳାରେ ୧୦୦ଟି ସିସିଟିଭି କ୍ୟାମେରା ଲଗାଯିବ । ବିଏମ୍ସିର ପ୍ରସ୍ତୁତି ବୈଠକରେ ପରେ ମେୟର ସୁଲୋଚନା ଦାସଙ୍କ ସୂଚନା । ସେ କହିଛନ୍ତି ମେଳାରେ ଚୋରି ଏକ ବଡ଼ ସମସ୍ୟା । ତେଣୁ ଚୋରି ରୋକିବା ପାଇଁ ଅଧିକରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟର ବ୍ୟବସ୍ଥା କରାଯିବ । ମୋଟ୍ ୭ଟା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ କଟକଣା ଲାଗୁ କରାଯାଇଛି । ଯାତ୍ରାରେ କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟ ପରିବେଷଣ ହେବ ନାହିଁ ବୋଲି କହିଛନ୍ତି ମେୟର ସୂଲୋଚନା ଦାସ । Post navigation Green PUCC Stickers: ଆସନ୍ତା ଜାନୁଆରୀ ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର୍ Puri Accident: ପୁରୀ ବଳଗଣ୍ଡି ଛକରେ ଗାଡି ଧକ୍କାରେ ନାବାଳକର ମୃତ୍ୟୁ ଘଟଣା; ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ