ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଘୋଷଣା କରିଛନ୍ତି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏପର୍ଯ୍ୟନ୍ତ ୧୦ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍ ଧାନ କିଣା ସରିଛି । ସେଥିମଧ୍ୟରୁ ୨ ଲକ୍ଷ ୩୦ ହଜାର ଚାଷୀ ଧାନ ବିକିଥିବାବେଳେ ୧୮ଟି ଜିଲ୍ଲାରେ ଧାନ କିଣା ଚାଲିଛି । ସେଇଭଳି ୧୧ ଲକ୍ଷ ଚାଷୀଙ୍କୁ ଟୋକନ ଦିଆଯିବା ସହ ଚାଷୀଙ୍କ ଆକାଉଣ୍ଟକୁ ୨୩୫୦ କୋଟି ଟଙ୍କା ଯାଇଥିବା ମନ୍ତ୍ରୀ କହିଛନ୍ତି । ଚଳିତବର୍ଷ ସବୁ ଚାଷୀଙ୍କ ଧାନ କିଣାଯିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁଯାୟୀ,୫ ଲକ୍ଷ ମେଟ୍ରିକ ଟନ ଉଷୁନା ଓ ଲକ୍ଷେ ମେଟ୍ରିକ ଟନ ଅରୁଆ ସମେତ କେନ୍ଦ୍ର ସରକାର ଓଡିଶାରୁ ୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠାଇବେ । ରାଜ୍ୟରେ ମୋଟ ୭ ଲକ୍ଷ ମେଟ୍ରିକ ଟନ ଚାଉଳ ଅଛି । ବାକି ୧ ଲକ୍ଷ ମେଟ୍ରିକ ଟନ ଚାଉଳ ନିଲାମ କରାଯିବ । ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । Post navigation Dense Fog Disrupts Flights: ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ସେବା ବାଧାପ୍ରାପ୍ତ Sanitation Operations In Bhubaneswar: ଉଷା ପାଢ଼ୀଙ୍କ ଭୁବନେଶ୍ୱରରେ ରାତ୍ରିକାଳୀନ ସ୍ୱଚ୍ଛତା କାର୍ଯ୍ୟର ପରିଦର୍ଶନ