୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବ । ବେଙ୍ଗଲ ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର । ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ପରେ ଦୁଇ ତୃତୀୟାଂଶ ବହୁମତ ସହ ବିଜେପି ସରକାର ଗଢ଼ିବ ବୋଲି ବଙ୍ଗଳା ମାଟିରୁ ଦୃଢ଼ତାର ସହ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି । ଅମିତ ଶାହ କହିଛନ୍ତି ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ । ୨୦୨୬ରେ ଦୁଇତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ ସରକାର । ୨୦୨୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭୟ, ଦୁର୍ନୀତି, କୁଶାସନ, ଏବଂ ଅନୁପ୍ରବେଶ ବଦଳରେ ବିକାଶ, ବିରାଶତ ଏବଂ ଗରୀବ କଲ୍ୟାଣ ପାଇଁ ଏକ ମଜବୁତ ସରକାର ବନାଇବାକୁ ବଙ୍ଗଳାର ଜନତା ସଂକଳ୍ପ ନେଉଛନ୍ତି । ବେଙ୍ଗଲ ଏକ ଗରିବ ରାଜ୍ୟ, ମାତ୍ର ମନ୍ତ୍ରୀଙ୍କ ଘରୁ ମିଳୁଛି ୨୭ କୋଟି । ବେଙ୍ଗଲରେ ମହିଳାମାନେ ଅସୁରକ୍ଷିତ, ରାତିରେ ଘରୁ ବାହାରିବା ବିପଦ । ଏଠାରେ କ’ଣ ମୋଗଲ ଶାସନ ଚାଲିଛି କି ବୋଲି ପଚାରିଲେ ଶାହ । ସଂସଦରେ ବନ୍ଦେ ମାତରମ୍ ଚର୍ଚ୍ଚାକୁ କିପରି TMC ବିରୋଧ କଲା ପଚାରିଲେ । ମମତା ବାନାର୍ଜୀ ଏହାର ଜବାବ ଦେବାର ଆବଶ୍ୟକତା ରହିଛି । ଦେଶର GDP ଯୋଗଦାନରେ ବେଙ୍ଗଲର ଅବଦାନ ୧୦.୫ । ମାତ୍ର ଆଜି ଯେଉଁ ଶିଳ୍ପ ସଂସ୍ଥା ବେଙ୍ଗଲ ଆସୁଛନ୍ତି, ଫେରି ଯାଉଛନ୍ତି । ଆୟୁଷ୍ମାନ ଭାରତ ଲାଗୁ ନ କରି ମମତା ଗରିବଙ୍କୁ ସୁବିଧାରୁ ବଞ୍ଚିତ କରିଛନ୍ତି। ସମସ୍ତ ସାମ୍ବିଧାନିକ ବ୍ୟବସ୍ଥାକୁ ମାଟିରେ ମିଶାଇ ସାରିଛନ୍ତି ମମତା ବୋଲି କହିଛନ୍ତି ଅମିତ ଶାହ । ସେ କହିଛନ୍ତି ତୃଣ ମୂଳ କଂଗ୍ରେସର ୧୫ ବର୍ଷ ଶାସନରେ ଜନତା ଅନୁପ୍ରବେଶକାରୀଙ୍କୁ ନେଇ ଚିନ୍ତିତ, ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କିନ୍ତୁ ମୋଦୀଜୀଙ୍କ ନେତୃତ୍ୱରେ ବଙ୍ଗଳାରେ ବିଜେପି ସରକାର ଆସିବା ପରେ ପୁଣି ଥରେ ବିକାଶର ଗଙ୍ଗା ବୋହିବ । ଅନ୍ୟ ଏନଡିଏ ଶାସିତ ରାଜ୍ୟ ଭଳି ଗରିବ ବିକାଶକୁ ଗୁରୁତ୍ୱ ଦିଆଯିବା ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବିଜେପି ସରକାର ଆସିଲେ ଖୋଜି ଖୋଜି ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ମମତା ବାନାର୍ଜୀଙ୍କ ଦୁର୍ନୀତିରେ ବଙ୍ଗଳାରେ ବିକାଶର ଗତି ଠପ୍ ହୋଇଯାଇଛି । ଗତ ୧୪ ବର୍ଷରେ ଭୟ ଏବଂ ଭ୍ରଷ୍ଟାଚାର ବଙ୍ଗଳାର ପରିଚୟ ହୋଇଯାଇଛି । କିନ୍ତୁ ୧୫ ଏପ୍ରିଲ ୨୦୨୬ ପରେ ଯେତେବେଳେ ବିଜେପି ସରକାରର ଆସିବ ବଙ୍ଗ ସଂସ୍କୃତି ଏବଂ ଗୌରବକୁ ପୁନର୍ଜୀବୀତ କରାଯିବ । ବିଜେପି ପାଇଁ ବଙ୍ଗ ଭୂମି ବହୁତ ପବିତ୍ର ଅଟେ । କାରଣ ବିଜେପିର ସ୍ଥାପନା ବଙ୍ଗ ଭୂମିର ସନ୍ତାନ ଶ୍ୟାମା ପ୍ରସାଦ ମୁଖାର୍ଜୀ କରିଛନ୍ତି । ଅନୁପ୍ରବେଶକୁ ନେଇ ଖୁବ ବର୍ଷିଛନ୍ତି ଶାହ । ସେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଓ ସିଏଏ ଲାଗୁ କରିବାକୁ ମମତା ବିରୋଧ କରିଛନ୍ତି । ସୀମାରେ ବାଡ଼ ନିର୍ମାଣ ପାଇଁ ପଶ୍ଚିମବଙ୍ଗ ସରକାର ଜମି ପ୍ରଦାନ କରୁ ନାହାଁନ୍ତି । ଆସାମା, ତ୍ରିପୁରା, ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଏବଂ କାଶ୍ମୀରରେ ଅନୁପ୍ରବେଶ ବନ୍ଦ ହୋଇଥିବାବେଳେ ପଶ୍ଚିମବଙ୍ଗରେ କାହିଁକି ଅନୁପ୍ରବେଶ ବନ୍ଦ ହେଉ ନାହିଁ ତାହାର ଜବାବ ମାଗିଛନ୍ତି ଶାହ । ସେ ଆଉ ମଧ୍ୟ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରତି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ । ସରକାରୀ କାର୍ଯ୍ୟକ୍ରମକୁ ମୋଦି ଆସୁଥିଲା ବେଳେ ମମତା ଅନୁପସ୍ଥିତ ରହୁଛନ୍ତି । ଦେଶର ସବୁ ଶିଳ୍ପ ପ୍ରଥମ କରି ବେଙ୍ଗଲରେ ଆରମ୍ଭ ହୋଇଥିଲା। ମାତ୍ର ଏସବୁ ମମତାଙ୍କ ଶାସନରେ ନୁହେଁ, ପୂର୍ବରୁ ହୋଇଥିଲା । ମାତ୍ର ଆଜିକା ଦିନରେ ୭ ହଜାର ଶିଳ୍ପ ବେଙ୍ଗଲ ଛାଡ଼ି ପଳାଇଲେଣି । ଶଳ୍ପ ସଂସ୍ଥାଗୁଡ଼ିକ ବେଙ୍ଗଲ ଛାଡୁଥିବାରୁ ରାଜ୍ୟ ଆର୍ଥିକ କ୍ଷତି ସହୁଛି ।ବେଙ୍ଗଲର ଅସ୍ତିତ୍ବ ପ୍ରତି ଆଜି ବିପଦ ସୃଷ୍ଟି ହୋଇଛି । Post navigation New Year Celebrations In Puri: ନୂଆବର୍ଷରେ ଶ୍ରୀମନ୍ଦିରରେ ସୁରକ୍ଷା କଡ଼ାକଡ଼ି; ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ CM Mohan Majhi Warns Newly Appointed Officers: ନିଯୁକ୍ତି ମେଳାରେ ସରକାରୀ ଅଧିକାରୀମାନେ କରୁଥିବା ଦୁର୍ନୀତିକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ