ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍ବିଏସ୍ । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ଆଜି ସୂଚନା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଥିବା ସେ କହିଛନ୍ତି । ପରିବହନ ବିଭାଗ ଯେମିତି କ୍ଷତି ସହିବନି ସେନେଇ ଆଲୋଚନା ହୋଇଛି । ସୂଚନା ଅନୁଯାୟୀ, ୧,୪୨୨ଟି ବସ୍ ଯୋଗେ ସ୍କୁଲ ପିଲାଙ୍କୁ ମାଗଣା ସେବା ଯୋଗାଇ ଦିଆଯିବ । କେଉଁ ରୁଟ୍ରେ କେତେ ବସ୍ ଚାଲିବ ତାହା OSRTC ସ୍ଥିର କରିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ପୂର୍ବରୁ ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ବସ୍ ଟିକେଟ୍ ଭଡ଼ାରେ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଥିଲେ । ଏବେ ୫୦ ପ୍ରତିଶତ ରିହାତି ବଦଳରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ବସ୍ ଯାତ୍ରାର ବ୍ୟବସ୍ଥା କରାଯିବ । ଏନେଇ ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି । Post navigation Dharanidhar Naik: କେନ୍ଦୁଝରରେ ବିପ୍ଳବୀ ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ NIT Rourkela: ଏନଆଇଟି ରାଉରକେଲାରେ ୨୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ