BJD women leaders' meet held at Shankha Bhawan today
ଆଜି ଭୁବନେଶ୍ଵରରେ ଶଙ୍ଖ ଭବନ ଠାରେ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଓ ବରିଷ୍ଠ ନେତ୍ରୀ ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଦଳର ବରିଷ୍ଠ ମହିଳା ନେତ୍ରୀ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଛି ।
 
ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଶାସନରେ ମହିଳା ଓ ଯୁବତୀଙ୍କ ଉପରେ ବଢୁଥିବା ଅପରାଧ ଓ ଅତ୍ୟାଚାର ବିରୁଦ୍ଧରେ ସ୍ଵରଉତ୍ତୋଳନ କରିବା ପାଇଁ ବିଚାର ବିମର୍ଶ କରିଛନ୍ତି ଦଳର ବରିଷ୍ଠ ମହିଳା ନେତ୍ରୀ ।
 
ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାର ମାଆ ଭଉଣୀଙ୍କ ସହିତ ଛିଡା ହୋଇଛି ଓ ଆଗକୁ ମଧ୍ୟ ତାଙ୍କ ହକ୍ ପାଇଁ ଲଢେଇ ଜାରି ରଖିବ ବୋଲି ବିଜୁ ଜନତା ଦଳ ତରଫରୁ କୁହାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *