Bhakta Das bats For tribal Rights In Odisha
ମାଲକାନଗିରି ଜିଲ୍ଲାର ରାକାଲଗୁଡାକୁ କଂଗ୍ରେସ ଦଳର ବିଶିଷ୍ଟ ନେତୃବୃନ୍ଦଙ୍କ ସହିତ ପିସିସି ସଭାପତି ଭକ୍ତ ଚରଣ ଦାସ ପରିଦର୍ଶନ କରିବା ସହ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ତଥା ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।
 
ରାକାଲଗୁଡା ସଭାରେ ସଭାପତି ଦାସ କହିଥିଲେ ଯେ ସେ ୭୨ ମସିହାରେ ମୋଟୁରୁ ପଦଯାତ୍ରା କରିଥିଲେ । ପୀଡିତାଙ୍କ ପରିବାର ସହିତ ସାକ୍ଷାତ କରି ଏସପିଙ୍କୁ ଭେଟିଥିଲେ । ଦୋଷୀ କିଏ ସେତେବେଳେ ଆମେ କହିଥିଲୁ କିନ୍ତୁ ଆଜି ପର୍ଯ୍ୟନ୍ତ ଦୋଷୀ ଧରା ପଡିଲେ ନାହିଁ । ମାଲକାନଗିରି ଜିଲ୍ଲାରେ ଆଦିବାସୀଙ୍କ ପ୍ରତି ଅତ୍ୟାଚାର ହେଉଛି । ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମ ଘଟୁଛି । ଏପରିକି ଛାତ୍ରାବାସରେ ମଧ୍ୟ ଦୁଷ୍କର୍ମ ହେଉଛି ଏବଂ ରାଜ୍ୟରେ ମଧ୍ୟ ଏ ସବୁ ଘଟଣା ବ୍ୟାପିବାରେ ଲାଗିଛି ।
 
ବିଜେପି ସରକାର ଆସିଲା ପରେ ନାରୀ ଅତ୍ୟାଚାର ବୃଦ୍ଧି ପାଇଛି । ଅଧିକାଂଶ ଦୁଷ୍କର୍ମ ଆଦିବାସୀ କିମ୍ବା ଦଳିତଙ୍କ ଉପରେ ହଉଛି । ଚିତ୍ରକୋଣ୍ଡା ଅଞ୍ଚଳର ଏକ ସ୍କୁଲରେ ଜଣେ ନାବାଳିକା ପ୍ରସବ କରିବା ଘଟଣା ସାମ୍ନାକୁ ଆସିଛି । ଏପରିକି ଖୋଦ ରାଜଧାନୀରେ ଦୁଷ୍କର୍ମ ଘଟଣା ଘଟୁଛି । ଏଥିପାଇଁ ଲୋକଙ୍କୁ ଜାଗ୍ରତ ହେବାକୁ ପଡିବ । ଜାଗ୍ରତ ହେଲେ ପ୍ରତିକ୍ରିୟା ହେବ ଏବଂ ହିଂସା ହେଲେ ପ୍ରତିହିଂସା ହେବ । କିନ୍ତୁ ପ୍ରତିହିଂସା ସଦଭାବପୂର୍ଣ୍ଣ କରିବା ଆବଶ୍ୟକତା ଅଛି । ହଜାର ହଜାର ଲୋକ ଜିଲ୍ଲାପାଳଙ୍କ ପାଖକୁ ଯିବେ, ନ୍ୟାୟର ଦାବି କରିବେ, ଏକଥା ସୋସିଆଲ ମେଡ଼ିଆରେ ବ୍ୟାପିବ ଏବଂ ଏହା ଏକ ଜନଆନ୍ଦୋଳନର ରୂପ ନେବ ।
Bhakta Das bats For tribal Rights In Odisha
 
ଭକ୍ତ ଦାସ ପୁଣି କହିଛନ୍ତି ଯେ, ଆଦିବାସୀଙ୍କ ପାଇଁ ସେ ବସ୍ତର, ଝାଡ଼ଖଣ୍ଡ ତେଲେଙ୍ଗାନା, ଆନ୍ଧ୍ର, ଗୁଜରାଟ ଆଦି ସ୍ଥାନରେ ଲଢ଼ିଛନ୍ତି । ଦଳିତ ହୋଇଥିଲେ ମଧ୍ୟ ଆଦିବାସୀଙ୍କ ପାଇଁ ଲଢ଼ିଛନ୍ତି । ଆଦିବାସୀ ହେଉଛନ୍ତି ଗାନ୍ଧୀଙ୍କର । ଗାନ୍ଧିଜୀ କହିଛନ୍ତି ଯେତେବେଳେ ସମାଜର ଶେଷ ବ୍ୟକ୍ତି ନ୍ୟାୟ,କର୍ମ, ସମ୍ମାନ ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଏ ଦେଶ କେବେ ଆଗକୁ ବଢ଼ି ପାରିବ ନାହିଁ । ଏଠାରେ ଘଟିଥିବା ହତ୍ୟା ଘଟଣା ଜଣେ ବ୍ୟକ୍ତିର କାର୍ଯ୍ୟ ନୁହେଁ । ଅନ୍ୟମାନେ କିଏ ସାମିଲ ହୋଇଥିଲେ ଏବଂ କାହିଁକି ସାମିଲ ହୋଇଥିଲେ ତାହା ଜାଣିବାର ଆବଶ୍ୟକତା ଅଛି । ଏବଂ ପୋଲିସ ଅପରାଧୀକୁ ଦଣ୍ଡ ଦେବା ତାର କର୍ତ୍ତବ୍ୟ । ଆଦିବାସୀଙ୍କ ମାଆଙ୍କ ହତ୍ୟାରେ ଯେଉଁ ମାନେ ସାମିଲ ଅଛନ୍ତି ସେମାନଙ୍କୁ ମଧ୍ୟ ଦଣ୍ଡ ଦେବା ଉଚିତ । ୨୦୦୬ ମସିହାରେ କଂଗ୍ରେସ ଆଣିଥିବା ଆଇନ ଅନୁଯାଇ ପଟ୍ଟା ଦିଆଯାଉ । ଆପଣ ଲଢନ୍ତୁ କଂଗ୍ରେସ ଆପଣଙ୍କ ସାଙ୍ଗେ ଲଢ଼ିବ ବୋଲି ସେ କହିଛନ୍ତି ।
 
ବଙ୍ଗାଳୀ ସମାଜକୁ ସମ୍ବୋଧନ କରି ଦାସ କହିଛନ୍ତି ଯେ ଆଦିବାସୀ ହଉଛି ମୂଳନିବାସୀ । ସେମାଙ୍କଠାରୁ ସମସ୍ତ ଜାତିର ସୃଷ୍ଟି । ସେମାନେ ଶହ ଶହ ବର୍ଷ ଧରି ଦୁଃଖକଷ୍ଟ ଓ ନିର୍ଯ୍ୟାତନାର ଶିକାର ହୋଇ ଆସୁଛନ୍ତି । ସେମାନେ ମାଟିର ମାଲିକ । ସମସ୍ତ ଜାତିର ଉନ୍ନତି ହେଇଛି କିନ୍ତୁ ଆଦିବାସୀ ଆଜି ବି ପଛୁଆ ଅଛନ୍ତି । ସେମାନେ ସରଳ ଓ ନିଷ୍କପଟ ସେମାନଙ୍କୁ ଉସକେଇବା ସହଜ । ଏହି ଘଟଣା କେବଳ ଜଣେ ଲୋକଙ୍କ ପାଇଁ ଗାଁ ନିନ୍ଦିତ ହେଲା । କିନ୍ତୁ ତା ପଛରେ କିଛି ଲୋକ ନିଶ୍ଚୟ ସାମିଲ ଅଛନ୍ତି । ଆପୋଷ ବୁଝାମଣକ୍ଷରେ ସମାଧାନ ହୋଇ ପାରିଥାନ୍ତା । ଏଭଳି ଘଟଣା ଘଟେ କିନ୍ତୁ ଏଭଳି ସ୍ଥିତିରେ ଧୈର୍ଯ୍ୟର ସହ ବିଚାର କରିବାକୁ ପଡେ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସଦଭାବ ରହିବା କଥା । ବିଦ୍ରୋହ କରିବାର ଆବଶ୍ୟକତା ଅଛି କିନ୍ତୁ ତାହା ଶାନ୍ତିପୂର୍ଣ ହେବା ଉଚିତ ବୋଲି ଭକ୍ତ ଦାସ କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *