ଦେଶର ସମସ୍ତ ରାଜନୈତିକ ଦଳ ୨୦୨୪-୨୫ ଆର୍ଥିକ ବର୍ଷରେ ଦାନସୂତ୍ରରେ ପାଇଥିବା ଅର୍ଥର ବିବରଣୀ ନିର୍ବାଚନ କମିଶନ ନିକଟରେ ସେୟାର କରିଛନ୍ତି । ନିର୍ବାଚନ କମିଶନର ୱେବସାଇଟ୍ ଉପଲବ୍ଧ ତଥ୍ୟ ଅନୁଯାୟୀ, ଲୋକସଭା ଏବଂ ବହୁ ବିଧାନନସଭା ନିର୍ବାଚନର ମୂଳସାକ୍ଷୀ ବନିଥିବା ୨୦୨୪-୨୫ ବର୍ଷରେ ଦେଶର ୨ ବୃହତ ରାଜନୈତିକ ଦଳ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ କଂଗ୍ରେସକୁ ମିଳିଥିବା ଅନୁଦାନ ଧାରାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ବର୍ଷ ତୁଳନାରେ ଭାଜପାକୁ ୬୮ ପ୍ରତିଶତ ଅଧିକ ଦାନ ମିଳିଥିବା ବେଳେ, କଂଗ୍ରେସର ଦାନ ପୂର୍ବାପେକ୍ଷା ୪୩ ପ୍ରତିଶତ ହ୍ରାସ ପାଇଛି। ତୃଣମୂଳ କଂଗ୍ରେସ, ଭାରତ ରାଷ୍ଟ୍ର ସମିତି (ବିଆଇଏସ), ତେଲୁଗୁ ଦେଶମ ପାର୍ଟି ଏବଂ ବିଜୁ ଜନତା ଦଳ ଭଳି ଦଳଗୁଡିକରେ ମଧ୍ୟ ଦାନ ପରିମାଣରେ ବଡ଼ ହ୍ରାସ ଦେଖାଯାଇଛି । ବିଜଦର ଦାନ ୨୪୬ କୋଟି ଟଙ୍କାରୁ ହ୍ରାସ ପାଇ ମାତ୍ର ୬୦ କୋଟି ଟଙ୍କାକୁ ଖସି ଆସିଛି । ସଂପୃକ୍ତ ବର୍ଷରେ ଏହି ଲ ଦଳଗୁଡ଼ିକର ଦାନ ଏକ ତୃତୀୟାଂଶରୁ ଅଧିକ ହ୍ରାସ ପାଇଛି । ଲୋକସଭା ନିର୍ବାଚନ ଅନୁଷ୍ଠି ହୋଇଥିବା ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି ୬,୬୫୪.୯୩ କୋଟି ଟଙ୍କା ଡୋନେସନ ବା ଦାନସୂତ୍ରରେ ପାଇଛି । ତା’ପୂର୍ବ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଦାନର ପରିମାଣ ରାଜପାର ୬୮% ବୃଦ୍ଧି ପାଇଛି। ସଦସ୍ୟତା ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟି ହେଉଛି ହେଉଛି ବିଶ୍ଵର ସବୁଠାରୁ ବଡ଼ ରାଜନୈତିକ ଦଳ । ନିର୍ବାଚନ କମିଶନଙ୍କ ନିକଟରେ ଭାଜପା ତାହାର ଆୟବ୍ୟୟର ରିପୋର୍ଟ ପ୍ରଦାନ କରିଛି । ହେଡ୍ଲାଇନର ଦୁଇଦିନ ପୂର୍ବରୁ ଡିସେମ୍ବର ୮ତାରିଖ ଦିନ ଭାଜପା ତାହାର ଆର୍ଥିକ ସ୍ଥିତି ବାବଦରେ ନିର୍ବାଚନ କମିଶନଙ୍କୁ ବତାଇଛି। ୨୦୨୪ ଏପ୍ରିଲ ପହିଲାରୁ ୨୦୨୫ ମାର୍ଚ୍ଚ ୩୦ ତାରିଖ ମଧ୍ୟରେ ମିଳିଥିବା ଦିନଗୁଡିକୁ ହିସାବରେ ନେଇ ବତାଯାଇଛି ନିର୍ବାଚନ କମିଶନଙ୍କୁ । ସେହି ସମୟ ସୀମା ଭିତରେ ଲୋକସଭା ନିର୍ବାଚନ ସହ ଅରୁଣାଚଳ ପ୍ରଦେଶ, ସିକିମ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଜମ୍ମୁ ଓ କାଶ୍ମୀର, ହରିଆନା, ଝାଡଖଣ୍ଡ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି ୩୯୬୭ କୋଟି ଦାନ ସୂତ୍ରରେ ପାଇଥୁଲା । ତେଣୁ ୨୦୨୪-୨୫ ଆର୍ଥିକ ବର୍ଷରେ ଦାନର ପରିମାଣ ୬୮% ଲମ୍ଫ ପାଇଛି। ଇଲେକ୍ଟ୍ରୋରାଲ ଟ୍ରଷ୍ଟ ଅଧିନରେ ୪୦% ଡୋ ଲନେସନ ପାଇଛି ଭାଜପା । ପ୍ରୋଡେନ୍ ଇଲେକ୍ଟ୍ରୋଏଲ ଟ୍ରଷ୍ଟ ୨୧୮୦ କୋଟି ଟଙ୍କା ଏବଂ ପ୍ରୋଗ୍ରେସିଭ ଇଲେକ୍ଟ୍ରୋଏଲ ଟ୍ରଷ୍ଟ ୭୫୭କୋଟି ଟଙ୍କା ଭାଜପାକୁ ପ୍ରଦାନ କରିଛି । ଅନ୍ୟ ପ୍ରତିଷ୍ଠାନ ଗୁଡିକ ମଧ୍ୟରେ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଫ୍ ଇଣ୍ଡିଆ ୧୦୦ କୋଟି, ରୁମଟା ସନ୍ହ ୯୫ କୋଟି ଟଙ୍କା, ବେଦାନ୍ତ ୬୭କୋଟି ଏବଂ ମାଇକ୍ରୋଟେକ୍ ୬୫କୋଟି ଟଙ୍କା ଭାଜପାକୁ ଦେଇଛି । । ସେହି ସେହିପରି ବଜାଜ ଗ୍ରୁପ ପକ୍ଷରୁ ଭାରତୀୟ ଜନତା ପାର୍ଟିକୁ ଦାନ ସରୂପରେ ପ୍ରଦାନ କରାଯାଇଛି ୬୫କୋଟି। ମାଲବାର ଗୋଲ୍ଡ ୧୦ କୋଟି, କଲ୍ୟାଣ ଜୁଏଲର୍ସ ୧୫.୧କୋଟି, ହିରୋ ଗ୍ରୁପ ୨୩.୬୫ କୋଟି, ଆଇଟି ସିଲ୍ ଲିମିଟେଡ ୫ କୋଟି ଟଙ୍କା ଭାଜପାକୁ ପ୍ରଦାନ କରିଛି। କିଛି ବରିଷ୍ଠ ଭାଜପା ନେତାମାନେ ମଧ୍ୟ ଦଳକୁ ନିଜ ସୂତ୍ରରୁ ଦାନ ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରମୁଖ ଅଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ସେ ୩ଲକ୍ଷ, ଆସାମର ମନ୍ତ୍ରୀ ପିସ୍ ହଜାରିକା ହଳା ୨.୭୫ ଲକ୍ଷ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧ ଧର୍ମେନ୍ଦ୍ର ପ୍ରଧାନ ୧ ଲକ୍ଷ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ଲକ୍ଷ ଟଙ୍କା ଦଳକୁ ପ୍ରଦାନ କରି କରିଛନ୍ତି। ଅନ୍ୟ ରାଜନୈତିକ ଦଳମାନଙ୍କ ଭିତରେ କଂଗ୍ରେସ ୨୦୨୪-୨୫ ଆର୍ଥିକ ବର୍ଷରେ ୫୨୨.୧୩କୋଟି ଟଙ୍କା ପାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ କଂଗ୍ରେସକୁ ୧ହଜାର ୧୨୯ କୋଟି ଟଙ୍କା ଦାନ ଆକାରରେ ମିଳିଥିଲା। କଂଗ୍ରେସ ୨୦୨୪-୨୫ ଆର୍ଥିକ ବର୍ଷରେ କଂଗ୍ରେସ ୫୨୨.୧୩ କୋଟି ଟଙ୍କା ଦାନ ପାଇଛି, ଯାହା ପୂର୍ବ ବର୍ଷରେ ୧୧୨୯ କୋଟି ଟଙ୍କା ଥିଲା । ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪୩% କମ୍ ଦାନ ପାଇଛି କଂଗ୍ରେସ। ତୃତୀୟ ସ୍ଥାନରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୧୮୪.୦୮ କୋଟି ଟଙ୍କ ଦାନ ପାଇଛି, ଯାହା ପୂର୍ବ ବର୍ଷରେ ୬୧୮ ଟଙ୍କା ଥିଲା । Post navigation BJD Press Meet: ଶିଳ୍ପାୟନ ସ୍ୱପ୍ନ ବେଶୀ, ସତ କମ୍: ବିଜେଡି BJD Rajya Sabha Elections: ରାଜ୍ୟସଭା ନିର୍ବାଚନ ବେଳେ ବିଭାଜିତ ହୋଇପାରେ ବିଜଦ