ଧଉଳି ଗଣବଳାତ୍କାର ଘଟଣାକୁ ନେଇ ଉତ୍ତେଜନା ଶାନ୍ତ ନ ଥିବାବେଳେ ପୁଣି ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଛି। ଚାକିରି ଦେବାକୁ କହି ନାବାଳିକାକୁ ଗଣଦୁଷ୍କର୍ମ । ରାଜଧାନୀର ସହିଦନଗର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଚାକିରି ଦେବାକୁ ଡାକି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ୨ ଜଣ ଦୁର୍ବୃତ୍ତ । ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଅକ୍ଷୟ ଦାସ, ସାହିଲ୍ ଖାନ୍ । ପୀଡିତା ଅଭିଯୋଗ କରିଛନ୍ତି ଯେ ସେ ଗୁରୁବାର ଅପରାହ୍ନରେ ତାଙ୍କୁ ଡାଟା ଏଣ୍ଟ୍ରି ଅପରେଟର ଚାକିରି ଯୋଗାଇ ଦେବା ବାହାନାରେ ତାଙ୍କ ଭଡା ବାସସ୍ଥାନକୁ ଡାକିଥିଲେ। କିନ୍ତୁ, ସେ ତାଙ୍କ ଘରେ ପହଞ୍ଚିବା ପରେ, ପୀଡିତା ଏବଂ ତାଙ୍କ ସହଯୋଗୀ ତାଙ୍କୁ ବଳାତ୍କାର କରିଥିଲେ। ଅଭିଯୋଗ ପାଇବା ପରେ, ପୋଲିସ BNS ର ଧାରା ୭୦(୨) ଏବଂ POCSO ଆଇନର ଧାରା ୬ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଏକ ବୈଜ୍ଞାନିକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତର ଅଂଶ ସ୍ୱରୂପ ପ୍ରମାଣ ସଂଗ୍ରହ କରିଛି। ଡିସିପି ଜଗମୋହନ ମୀନା କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତୁରନ୍ତ ପୋଲିସ ଦଳ ଗଠନ କରାଯାଇଛି। “ଉଭୟ ଅଭିଯୁକ୍ତଙ୍କୁ ଶନିବାର ଦିନ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ଅଧିକ ତଦନ୍ତ ଚାଲିଛି ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଅକ୍ଷୟ ଗତ କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଡାଟା ଏଣ୍ଟ୍ରି ଅପରେଟର ପାଇଁ ପିଲା ଆବଶ୍ୟକ। ଦରମା ୧୦ରୁ ୧୨ ହଜାର ମିଳିବ। ଏହା ଦେଖି ନାବାଳିକା ଜଣଙ୍କ ତାଙ୍କୁ ସେ ଫୋନ୍ କରିଥିଲେ। ଅଭିଯୁକ୍ତ ଅକ୍ଷୟ ତାଙ୍କୁ ଏକ ଠିକଣା ଦେଇଥିଲେ। ଗତ ୧୮ ତାରିଖ ଦିନ ପ୍ରାୟ ୨ଟା ବେଳେ ନାବାଳିକା ସେଠାରେ ପହଞ୍ଚି ଯାଇଥିଲେ। ନାବାଳିକା ଦେଖିଥିଲେ ରୁମ୍ ରେ ୩ ଜଣ ଯୁବକ ଅଛନ୍ତି। ନାବାଳିକାଙ୍କ ରୁମକୁ ଯିବା ମାତ୍ରେ ଜଣେ ଯୁବକ ବାହାକୁ ପଳାଇ ଆସି ରୁମ୍ ବାହାର ପଟୁ ବନ୍ଦ କରି ଦେଇଥିଲେ। ଅକ୍ଷୟ ଓ ସାହିଲ୍ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏହି ଅମାନବୀୟ କାଣ୍ଡର ଭିଡିଓ ମଧ୍ୟ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ନାବାଳିକା ଜଣଙ୍କ ଚେତା ହରାଇଥିଲେ। ଚେତା ଫେରିବା ପରେ ଅକ୍ଷୟ ଓ ସାହିଲ୍ ନାବାଳିକାଙ୍କୁ ନେଇ ବିଳମ୍ବିତ ରାତିରେ ଆଚାର୍ଯ୍ୟ ବିହାର ଛକରେ ଛାଡ଼ି ଦେଇଥିଲେ। ଏନେଇ ନାବାଳିକା ଜଣକ ଘରକୁ ଯାଇ ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ୧୯ ତାରିଖ ଦିନ ପରିବାର ଲୋକ ସହିନଗର ଥାନାରେ ଏତଲା ଦେଇଥିଲେ । ୧୯ତାରିଖ ଦିନ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ସବ ବୟାନ ରେକର୍ଡ କରିଥିଲା ପୋଲିସ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । Post navigation Statue of Equality: ହାଇଦ୍ରାବାଦ ସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ Molesting Woman at IG Park: ପାର୍କରେ ଯୁବତୀଙ୍କୁ ଅସଦାଚରଣ; ଯୁବତୀଙ୍କୁ ଟଣାଓଟରା ବେଳର ଭିଡ଼ିଓ ଭାଇରାଲ୍