ରାସ୍ତାକଡ଼ରେ ମେଡିସିନ୍ ଫୋପାଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ୨ ଏଏନ୍ଏମ୍ କୁ ନିଲମ୍ବନ କଲେ ବାଲେଶ୍ୱର CDMO । କୁଲିଗାଁ ଏଏନ୍ଏମ୍ ତନୁସ୍ମିତା ନାୟକ ଓ ଇଞ୍ଚୁଡ଼ି ସବସେଣ୍ଟର ଏଏନ୍ଏମ୍ କବିତା ବେହେରା ନିଲମ୍ବିତ । ଏ ନେଇ ସୂଚନା ଦେଇଛନ୍ତି ରେମୁଣା ମେଡିକାଲ ଇନଚାର୍ଜ ଡା. ରାମଚନ୍ଦ୍ର କିସ୍କୁ । ଗତ ୧୧ତାରିଖରେ ରେମୁଣା ନିମିକି ଛକ ରାସ୍ତାରେ ପଡ଼ିଥିଲା ମେଡିସିନ୍। ଆଇରନ୍ ଓ ଫଲିକ ଏସିଡ୍ ସିରପ ପଡ଼ିଥିବା ଖବର ପ୍ରସାରଣ ହୋଇଥିଲା । ସୂଚନା ଯୋଗ୍ୟ; ଗତ ୧୧ତାରିଖରେ, ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତା ପାର୍ଶ୍ୱରେ ପୁଳା ପୁଳା ବୈଧ ସରକାରୀ ଔଷଧ ପଡ଼ିଥିବାର ଦେଖିବାକୁ ମିଳିଥିଲା । ସରକାରୀ ଆଇରନ ଓ ଫଲିକ୍ ଏସିଡ୍ ୫୦ ଏମଏଲର ଶିରପ୍ ପଡ଼ିଥିଲା । ଔଷଧର ପ୍ରସ୍ତୁତି ତାରିଖ ୨୦୨୫ ମସିହା ଏପ୍ରିଲ ମାସ ଲେଖା ହୋଇଥିବା ବେଳେ ବ୍ୟାଚ ନମ୍ବର ସିଏଚଏସ-୫୦୦୬୫ ଥିଲା । ଔଷଧ ଗୁଡିକର ଅବଧି ତାରିଖ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରହିଛି । ମେଡ଼ିକାଲରେ ରୋଗୀ ଔଷଧ ପାଉ ନ ଥିବାବେଳେ କିଏ ଏବଂ କାହିଁକି ଏତେ ପରିମାଣର ସରକାରୀ ଔଷଧକୁ ଅଳିଆ ଗଦାରେ ଫିଙ୍ଗି ଦେଲା ତାହା ବଡ଼ ପ୍ରଶ୍ନ । Post navigation Suresh Pujari Kotia Visit: ଆଜି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ Illegal Paddy Movement: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ହେବ ଚେକ୍ ପୋଷ୍ଟ