ଆଜି କୋଟିଆ ଯିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଡିସେମ୍ବର ଶେଷ ସପ୍ତାହରେ କୋଟିଆ କମିଟି ବୈଠକ ପୂର୍ବରୁ ମନ୍ତ୍ରୀଙ୍କ ଗସ୍ତ । ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିବେ ରାଜସ୍ବ ମନ୍ତ୍ରୀ। ସରକାରୀ ଅଧିକାରୀଙ୍କ ରିପୋର୍ଟ ଗ୍ରାଉଣ୍ଡ ଜିରୋରେ ଯାଞ୍ଚ କରିବେ ମନ୍ତ୍ରୀ । ସେଠାରେ ମନ୍ତ୍ରୀ ପଞ୍ଚାୟତବାସିନ୍ଦାଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଯୋଗ୍ୟ; ମୋହନ ସରକାରଙ୍କ ଫୋକସରେ ରହିଛି କୋରାପୁଟର କୋଟିଆ । କୋଟିଆ ଉପରେ ଆନ୍ଧ୍ର ବାରମ୍ବାର ଆଖି ପକାଇବା ପରେ ସେଠାକାର ଲୋକଙ୍କ ମନ ଜିଣିବାକୁ ରାଜ୍ୟ ସରକାର ଜୋରଦାର ଉଦ୍ୟମ ଆରମ୍ଭ କରିଛି । କୋଟିଆ ପଞ୍ଚାୟତର ବିବାଦୀୟ ୨୧ ଖଣ୍ଡ ଗ୍ରାମପୁଞ୍ଜ ବାସିନ୍ଦା ଉଭୟ ଆନ୍ଧ୍ର ଏବଂ ଓଡ଼ିଶା ସରକାରଙ୍କ ସୁବିଧା ଯେତିକି ମାତ୍ରାରେ ପାଉଛନ୍ତି ବିବାଦ ସେତିକି ମାତ୍ରାରେ ବୃଦ୍ଧି ପାଉଛି। ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ପରେ ମଧ୍ୟ ଏହି ବିବାଦର ସମାଧାନର ବାଟ ଖୋଲିପାରିନି। ଉଭୟ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସୁବିଧାକୁ ଏଠାରେ ଅଗ୍ରାଧିକାର ଭିତ୍ତିରେ ପହଞ୍ଚାଇବାକୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆନ୍ଧ୍ର ପ୍ରଶାସନ ରାସନ, ପେନସନ, ଶିକ୍ଷା ବୃତ୍ତି, ବାର୍ଦ୍ଧକ୍ୟ ଭତ୍ତା ଭଳି କେତେକ ଲୋଭନୀୟ ସୁବିଧା ଯୋଗାଇ ନିଜ ଅକ୍ତିଆରକୁ ଟାଣୁଥିବା ବେଳେ ରାଜ୍ୟ ସରକାର ସମସ୍ତ ସୁବିଧା ଦେବା ସତ୍ତ୍ବେ ସୀମାନ୍ତବାସିନ୍ଦା ଆନ୍ଧ୍ର ଷଡ଼ଯନ୍ତ୍ରରୁ ମୁକୁଳି ପାରିନାହାନ୍ତି। Post navigation Odisha Investor Meet In Hyderabad: ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ Medicine Dumping In Balasore: ରାସ୍ତାକଡ଼ରେ ମେଡିସିନ୍ ଫୋପାଡ଼ିବା ଘଟଣା; ୨ ଜଣ ଏଏନ୍ଏମ୍ ନିଲମ୍ବିତ