ଘନ କୁହୁଡି ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-ଟ୍ୱେଣ୍ଟି ରଦ୍ଦ ହୋଇଛି । ଲକ୍ଷ୍ନୌର ଇକାନା କ୍ରିକେଟ୍ ଷ୍ଟାଡ଼ିୟମ୍ରେ ସନ୍ଧ୍ୟା ୭ଟାରେ ୪ର୍ଥ T-20 ଖେଳାଯିବାର ଥିଲା, କିନ୍ତୁ ଘନ କୁହୁଡ଼ି ଯୋଗୁଁ ଟସ୍ ପଡିପାରି ନଥିଲା । ଆଲୋକ ଏବଂ ପିଚ୍ ଅବସ୍ଥାର ୬ ଥର ନୀରିକ୍ଷଣ କରାଯାଇଥିଲା । କିନ୍ତୁ ରାତି ୯:୩୦ ସୁଦ୍ଧା ପରିସ୍ଥିତିରେ କୌଣସି ଉନ୍ନତି ନହେବାରୁ ମ୍ୟାଚ୍କୁ ବାତିଲ୍ କରାଯାଇଥିଲା । ୫ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । କହିରଖୁଛୁ ଯେ, ୫ମ ଟି-୨୦ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧୯ ତାରିଖରେ ଖେଳାଯିବ । ଭାରତ ୫ମ ମ୍ୟାଚ ଜିତିଲେ ସିରିଜକୁ ୩-୧ରେ ହାତେଇନେବ । Post navigation Congress Press Meet: ଲଜ୍ଜା ଥିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ, କ୍ଷମା ମାଗନ୍ତୁ: ଭକ୍ତ