ବିଶାଖାପାଟଣାରେ ଶନିବାର ଖେଳାଯାଉଥିବା ତୃତୀୟ ଦିନିକିଆରେ (IND Vs SA) ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଏହି ସିରିଜକୁ ୨-୧ ରେ ଜିତିନେଇଛି । ଗୋଟିଏ ୱିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଏକମାତ୍ର ୱିକେଟ ଭାବେ ରୋହିତ ଶର୍ମା ୭୫ ରନ୍ କରି ଆଉଟ ହୋଇଥିଲେ । ଆଜିର ମ୍ୟାଚରେ ଶତକୀୟ ପାରି ଖେଳିଥିଲେ ଜୈସୱାଲ । ସେ ୧୨୧ ବଲ ଖେଳି ୧୧୬ ରନ୍ କରିଥିଲେ । ବିରାଟଙ୍କ ବ୍ୟାଟରୁ ଧୂଆଁଧାର ୬୫ ରନ୍ ବାହାରିଥିଲା । ମାତ୍ର ୪୫ ବଲର ସାମ୍ନା କରି ବିରାଟ ୬୫ ରନ୍ କରିଥିଲେ । ଭାରତ ଆଗରେ ବିଜୟ ପାଇଁ ୨୭୧ ରନର ଲକ୍ଷ୍ୟ ଥିବାବେଳେ ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ୱୀ ଜୈସୱାଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ।ଏହି ସିରିଜରେ ୨ ଟି ଶତକ ସହ ୩୦୨ ରନ କରିଥିବା ବିରାଟ କୋହଲିଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ଭାବେ ଚୟନ କରାଯାଇଥିବାବେଳେ ଯଶସ୍ୱୀ ଜୈସୱାଲଙ୍କୁ ମ୍ୟାନ ଅଫ ଦ ମେଚ ପ୍ରଦାନ କରାଯାଇଛି । Post navigation Global Energy Leaders’ Summit 2025: ପୁରୀରେ ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ Govt Fixes Airfare Caps: ମାତ୍ରାଧିକ ବିମାନଭଡ଼ା ବୃଦ୍ଧି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର