ଗୋଟିଏ ପଟେ ବିଧାନସଭା ଶୀତ ଅଧିବେଶନ ଚାଲୁଥିବାବେଳେ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି ହଜାର ହଜାର ସଂଖ୍ୟାରେ ଶିକ୍ଷକ । ଆଜି ବିଧାନସଭା ଆଗରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ହଜାର ହଜାର ସଂଖ୍ୟାରେ ପ୍ରାଥମିକ ଶିକ୍ଷକ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମହାତ୍ମା ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଏକାଠି ହୋଇଛନ୍ତି । ୨ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ଼୍ କରି ମୂଳ ବେତନ ୩୫ ହାଜର ୪ ଶହ ଟଙ୍କା ପ୍ରଦାନ। ଏବଂ ଦ୍ୱିତୀୟ ଦାବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା ସହ ନୋସନାଲ୍ ଇନକ୍ରିମେଣ୍ଟ୍ ପ୍ରଦାନ କରିବା। ରାଜ୍ୟରେ କାର୍ଯ୍ୟରତ ୧ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘଦିନରୁ ଏହି ଦାବି କରି ଆସୁଛନ୍ତି। ଗ୍ରେଡ୍ ପେ ୪୨୦୦ କରିବାକୁ ସେମାନଙ୍କର ମୁଖ୍ୟ ଦାବି ରହିଛି । ସେହିପରି କଣ୍ଟ୍ରାକଚ୍ୟୁଆଲ୍ ଉଚ୍ଛେଦ ମଧ୍ୟ ଦାବି ରହିଛି । ସମସ୍ତ ରାଜ୍ୟରେ ୪୨୦୦ ଗ୍ରେଡ୍ ପେ ଲାଗୁ ହୋଇଥିବାବେଳେ କେବଳ ଓଡ଼ିଶାରେ ୨୨୦୦ ଟଙ୍କା ମିଳୁଛି ବୋଲି ଅଭିଯୋଗ କରିଛନ୍ତି । ଯେପର୍ଯ୍ୟନ୍ତ ସରକାର ଦାବି ମାନି ନେଇ ନାହାଁନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଧମକ ଦେଇଛନ୍ତି । Post navigation Nandankanan: ନନ୍ଦନକାନନକୁ ଆସିଲେ ନୂଆ ଅତିଥି ANM Exam Postponed: ସ୍ଥଗିତ ହେଲା ଏଏନଏମର ଦ୍ୱିତୀୟ ବର୍ଷର ପରୀକ୍ଷା