No More Political Protection Licences in Odisha: Mohan Majhi
ଗୃହ ବିଭାଗର ଅତିରିକ୍ତ ଅନୁଦାନ ଦାବି ଆଲୋଚନା ଅବସରରେ ଓଡ଼ିଶା ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ବନ୍ଧରେ ନିଜର ମତ ଉପସ୍ଥାପନ କରିଛନ୍ତି ।
 
ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ମତାମତ ରଖି ମାଝୀ କହିଛନ୍ତି ଯେ, ରାଜ୍ୟରେ ଆଉ ପଲିଟିକାଲ ପ୍ରୋଟେକ୍ସନ ଲାଇସେନ୍ସ ନାହିଁ । ପୋଲିସକୁ ଲାଇସେନ୍ସ ଦିଆଯାଇଛି । ଅପରାଧୀ ମାନେ ସୁଧୁରି ଯାଆନ୍ତୁ ।
 
ଗତ ପ୍ରାୟ ଅଠର ମାସ ଭିତରେ ରାଜ୍ୟ ପୋଲିସ କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ ଅପରାଧୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦେଇନାହାନ୍ତି ବୋଲି ମାଝୀ କହିଛନ୍ତି ।
 
ଯେ କୌଣସି ରାଜ୍ୟ ପାଇଁ ଗୃହ ବିଭାଗ ହେଉଛି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ । କାରଣ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ, ତେବେ ରାଜ୍ୟବାସୀ ସୁଖରେ ଜୀବନ ଯାପନ କରିବେ ଏବଂ ନିବେଶ ପାଇଁ ଉଦ୍ୟୋଗପତି ମାନେ ଆସିବେ ବୋଲି ସେ କହିଛନ୍ତି ।
 
ପୂର୍ବ ସରକାରକୁ ଟାର୍ଗେଟ କରି ମୋହନ ମାଝୀ କହିଛନ୍ତି ଯେ, ବିଗତ ୫-୧୦ ବର୍ଷ ମଧ୍ୟରେ ଆଇନ ବ୍ୟବସ୍ଥା ନିୟନ୍ତ୍ରଣରେ ନ ଥିଲା, ମହିଳା ହିଂସାରେ ସମଗ୍ର ଦେଶରେ ରାଜ୍ୟ ପ୍ରଥମ ସ୍ଥାନରେ ରହିଥିଲା । ଥାନା ଗୁଡିକ ରାଜନୈତିକ ଦଳର ପାର୍ଟି ଅଫିସ ଭାବେ ବ୍ୟବହାର ହେଉଥିଲା । ପ୍ରଭାବଶାଳୀ ମନ୍ତ୍ରୀଙ୍କ ହତ୍ୟା ପାଇଁ ଥାନାରେ ଷଡଯନ୍ତ୍ର ହେଉଥିଲା । ଚଳିତ ସରକାରରେ ଆଇନ ଶୃଙ୍ଖଳା ପରସ୍ଥିତି ବ୍ୟବସ୍ଥିତ ହୋଇଛି । ନକ୍ସଲ ପ୍ରବଣ ନୂଆପଡ଼ାରେ ସୁରୁଖୁରୁରେ ଉପ ନିର୍ବାଚନ ହୋଇଛି । ମାତ୍ର ୩୭ ଦିନରେ POCSO ଅପରାଧୀଙ୍କୁ ଦଣ୍ଡିତ କରାଯାଇଛି । ୧୫୩୨୬ଟି ନୂତନ ପୋଲିସ ପଦବୀ ସୃଷ୍ଟି କରାଯାଇଛି-CM -୩୫୫୭ ନୂତନ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ମାଝୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *