ଅଳକୁଣ୍ଡ ଥାନାର ଆଇଆଇସି ଓ ଏଏସଆଇଙ୍କୁ ବଦଳି କଲେ ଏସ୍‌ପି । ଆଇଆଇସି ଦେବାଶିଷ ଶତପଥୀ ଓ ଏଏସଆଇ ପ୍ରକାଶ ସିଂହଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି । ଏକ ମାମଲାର ଚାର୍ଜସିଟ୍‌କୁ ନେଇ ୨ ଜଣ ହାତାହାତି ହୋଇଥିଲେ । ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି, ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ କହିଲେ ।

ସୂଚନାଯୋଗ୍ୟ; ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳୁକୁଣ୍ଡ ଥାନାରେ ଏଏସଆଇଙ୍କୁ ମାଡ଼ ଅଭିଯୋଗ । ଥାନା ଅଧିକାରୀ ଦେବାଶିଷ ଶତପଥୀ ଏଏସଆଇ ପ୍ରକାଶ କୁମାର ସିଂହଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏକ ଚାର୍ଜସିଟ ଲେଖାକୁ ନେଇ ଥାନା ଅଧିକାରୀ ଏଏସଆଇଙ୍କୁ ମାଡ ମାରିଥିଲେ । ଏନେଇ ଏସଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଏଏସଆଇ ପ୍ରକାଶ କୁମାର ସିଂହ । ମାଡ ମରାଯିବାର ଭିଡିଓ ସିସିଟିଭିରେ କଏଦ ହୋଇଛି ।

Leave a Reply

Your email address will not be published. Required fields are marked *