ଖୁବ ଶୀଘ୍ର ହେବ ବୋର୍ଡ ନିଗମ ନିଯୁକ୍ତି ଏ ନେଇ ଆଜି ସୂଚନା ଦେଇଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି ବୋର୍ଡ ନିଗମ ନିଯୁକ୍ତି ପାଇଁ ବିଜେପି ତିଆରି କରି ସାରିଛି ତାଲିକା । କେବଳ କେନ୍ଦ୍ର ମଞ୍ଜୁରୀକୁ ଅପେକ୍ଷା କରାଯାଇଛି। ଅନ୍ୟପଟେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମଧ୍ୟ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଏହାକୁ ନେଇ ତୋମାର କହିଛନ୍ତି, ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ନାହିଁ । ଉଚିତ୍ ସମୟ ଆସିଲେ ଏହା ସଂପ୍ରସାରଣ ହେବ । ଏହା ସହ ନୂଆପଡା ଉପନିର୍ବାଚନକୁ ନେଇ ସେ କହିଛନ୍ତି ରାଜ୍ୟ ସରକାରଙ୍କ ୧୬ ମାସର କାର୍ଯ୍ୟରୁ ନୂଆପଡ଼ାରେ ଏକତରଫା ବିଜୟ ହୋଇଛି। ସୂଚନା ଯୋଗ୍ୟ; ନୂଆପଡା ଉପନିର୍ବାଚନର ଫଳାଫଳ ଆସିବା ପରେ ଏବେ ରାଜ୍ୟର ବିଜେପି ସରକାର ବୋର୍ଡ ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଜୋରଦାର କରିଛନ୍ତି । କାରଣ ସରକାରଙ୍କୁ ୧୫ ମାସରୁ ଅଧିକ ସମୟ ଅତିବାହିତ ହୋଇଥିଲେ ବି ଏ ପର୍ଯ୍ୟନ୍ତ ବୋର୍ଡ ନିଗମ ନିଯୁକ୍ତି ହୋଇ ନାହିଁ । ଯାହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଅନେକ ଥର ସମାଲୋଚନା କରି ସାରିଛନ୍ତି । Post navigation Nitish Kumar Resigns: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର Sheikh Hasina: ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ