ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ବିସ୍ଫୋରଣସ୍ଥଳରୁ ୯ଏମ୍ଏମ୍‌ର ୩ ଟି କ୍ୟାଟ୍ରିଜ୍ ଠାବ କରାଯାଇଛି । ଦୁଇଟି ଅଫୁଟା ଓ ଗୋଟିଏ ଖାଲି ସେଲ୍ ପୁଲିସ ଠାବ କରିଥିବା ଜଣାପଡ଼ିଛି।

ଅନ୍ୟପଟେ ୯ଏମଏମ କାଲିବର କାର୍ଟ୍ରିଜ୍ ସାଧାରଣ ଲୋକଙ୍କ ପାଇଁ ନିଷିଦ୍ଧ ହୋଇଥିବା ବେଳେ। ଏହି କାର୍ଟ୍ରିଜ୍ ଏତେ ସମ୍ବେଦନଶୀଳ ସ୍ଥାନରେ କିପରି ପହଞ୍ଚିଲା ତାହାକୁ ନେଇ ଚାରିଆଡେ ପ୍ରଶ୍ନ ଉଠିଛି। ଏହା ପରେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ଅସ୍ତ୍ରଶସ୍ତ୍ର ଏବଂ କାର୍ଟ୍ରିଜ୍ ମଧ୍ୟ ଯାଞ୍ଚ କରାଯାଇଥିଲା ମଧ୍ୟ ଜଣାପଡିଛି ।

ସୂଚନା ଯୋଗ୍ୟ; ଦିଲ୍ଲୀ ପୋଲିସ ତଦନ୍ତ କରୁଛି ଯେ ଏହି ୯ଏମଏମ କ୍ୟାଲିବର କାର୍ଟ୍ରିଜ୍ ସେଠାରେ କିପରି ପହଞ୍ଚିଲା। କାର ବିସ୍ଫୋରଣ ଏବଂ ଏହି କାର୍ଟ୍ରିଜ୍ ମଧ୍ୟରେ ସିଧାସଳଖ ସମ୍ପର୍କ ଅଛି କି ନାହିଁ କିମ୍ବା ଏହା କେବଳ ଏକ ସଂଯୋଗ କି ନାହିଁ ତାହା ମଧ୍ୟ ତଦନ୍ତ କରୁଛି। ଫୋରେନସିକ୍ ଦଳ କାର୍ଟ୍ରିଜ୍ ଗୁଡ଼ିକୁ ମଧ୍ୟ ଯାଞ୍ଚ କରୁଛି ଯାହା ଦ୍ୱାରା ସେଗୁଡ଼ିକ ସମ୍ପ୍ରତି ବ୍ୟବହୃତ ହୋଇଥିଲା କି ନାହିଁ ତାହା ନିର୍ଣ୍ଣୟ କରାଯାଇପାରିବ।

Leave a Reply

Your email address will not be published. Required fields are marked *