9 killed in ‘accidental blast’ at Nowgam Police Station in J&K
ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୯ ରେ ପହଞ୍ଚିଛି । ୩୦ରୁ ଅଧିକ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି ।ଏହି ବିସ୍ଫୋରଣରେ ଜଣେ SIA କର୍ମୀ, ୩ FSL କର୍ମୀ, ୨ କ୍ରାଇମସିନ୍ ଫୋଟୋଗ୍ରାଫର, ୨ ରାଜସ୍ୱ ଅଧିକାରୀ ଓ ଜଣେ ଟେଲରଙ୍କ ମଧ୍ୟ ମୃତ୍ୟୁ ହୋଇଛି ।
 
ଗଣମାଧ୍ୟମକୁ ଏନେଇ ସୂଚନା ଦେଇ ଜମ୍ମୁ-କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ କହିଛନ୍ତି ଯେ ଏହା ଏକ ଦୁର୍ଘଟଣା । ସେ ସ୍ପଷ୍ଟ କରିଛନ୍ତି ଯେ, କୌଣସି ଆତଙ୍କୀ ହମଲା ହୋଇନାହିଁ ।
 
ଫରିଦାବାଦରୁ ଅଣାଯାଇଥିବା ବିସ୍ଫୋରକ ସାମ୍ପଲିଂ ସମୟରେ ଦୁର୍ଭାଗ୍ୟଜନକ ଦୁର୍ଘଟଣା ହୋଇଥିବା ଡିଜିପି କହିଛନ୍ତି । କହିରଖୁଛୁ ଯେ, ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ ବେଳେ ଏହି ବିସ୍ଫୋରଣ ଘଟିଥିଲା । ଗୃହମନ୍ତ୍ରଣାଳୟ ପକ୍ଷରୁ ଘଟଣାକୁ ‘ଦୁର୍ଘଟଣାଜନିତ’ ବୋଲି କୁହାଯାଇଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *