ସୋମବାର ସନ୍ଧ୍ୟାରେ ଦିଲ୍ଲୀର ରାଜଧାନୀରେ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ଜଣାପଡିଛି। ଏହି ବିସ୍ଫୋରଣ ଘଟଣା ପଛରେ I-20 କାର୍ ରହିଥିବା ସନ୍ଦେହ କରାଯାଉଛି। ହରିୟାଣା ନଂ ଥିବା ଏହି କାର୍ ଉପରେ ସନ୍ଦେହ ବଢ଼ିଛି । ନଦୀମ ଖାନ ନାମକ ବ୍ୟକ୍ତିଙ୍କ ନାମରେ କାରଟି ରହିଛି । ଏଥିରେ ୩ ଜଣ ସନ୍ଦିଗ୍ଧ ଥିବା ନେଇ ମିଳିଲା ସୂଚନା ମିଳୁଥିବା ବେଳେ ଏହି I-20 କାର୍ଟି ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଦେଇଛନ୍ତି। ପ୍ରକୃତରେ କାର୍ରେ କେଉଁମାନେ ଥିଲେ ଜାଣିବାକୁ ତଦନ୍ତ କରାଯାଉଛି । ଅନ୍ୟପଟେକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିସ୍ଫୋରଣର ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରାଯିବ। ଆଖପାଖରେ ଥିବା ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଆଜି ସନ୍ଧ୍ୟା ପ୍ରାୟ ୬ ଟା ୫୨ ମିନିଟ୍ ସମୟରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ସୁଭାଷ ମାର୍ଗ ଟ୍ରାଫିକ ସିଗନାଲରେ ଏକ ହୁଣ୍ଡାଇ ଆଇ୨୦ କାର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ କିଛି ଲୋକ ଆହତ ହୋଇଛନ୍ତି ଏବଂ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ପ୍ରାରମ୍ଭିକ ରିପୋର୍ଟରେ ୧୦ ଜଣ ପ୍ରାଣ ହରାଇଛନ୍ତି। ବିସ୍ଫୋରଣ ବିଷୟରେ ସୂଚନା ପାଇବାର ୧୦ ମିନିଟ୍ ମଧ୍ୟରେ, ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଏବଂ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚର ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ଏନଏସଜି ଏବଂ ଏନଆଇଏ ଦଳ, ଏଫଏସଏଲ ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଆଖପାଖରେ ଥିବା ସମସ୍ତ ସିସି ଟିଭି କ୍ୟାମେରା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆହତମାନଙ୍କୁ ଭେଟିବା ପାଇଁ LNJP ହସ୍ପିଟାଲରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପରିସ୍ଥିତି ବିଷୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏନଏସଜି କମାଣ୍ଡୋ ଏବଂ NIA ତଦନ୍ତକାରୀ ବିସ୍ଫୋରଣ ସ୍ଥଳରେ ପହଞ୍ଚିଛନ୍ତି। ଏନଏସଜି ଦଳରେ ବିସ୍ଫୋରକ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳ ପହଞ୍ଚିଛନ୍ତି। ଅମିତ ଶାହ ହସ୍ପିଟାଲ ଯିବା ପରେ ବିସ୍ଫୋରଣ ସ୍ଥଳକୁ ଯାଇଛନ୍ତି । ସେଠାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । Post navigation Pramod Bhagat bags Triple Gold: ଜାପାନ ପାରା ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତଙ୍କୁ ୩ ସ୍ଵର୍ଣ୍ଣ ପଦକ