ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାରର ଆଜି ହେଉଛି ଶେଷ ଦିନ । ନୂଆପଡ଼ା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବଡ଼ ସୂଚନା । ଆଜି ଏ ନେଇ ପ୍ରେସ୍ମିଟ୍ରେ ପ୍ରତିଶ୍ରୁତି ରଖିଲେ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ନୂଆପଡ଼ାରେ ମେଡିକାଲ୍ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି । ନୂଆପଡ଼ାକୁ ଏକ ନଂ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ । ନୂଆପଡ଼ାରେ ହେବ ନୀତି, ଆଦର୍ଶଗତ ଲଢ଼େଇ ।ନୂଆପଡ଼ାର ବିକାଶ ପାଇଁ ବିଜେପି ତତ୍ପର । ଏହା ସହ ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ପାଞ୍ଚ ଶହ ଦିନରେ ଆମେ କ’ଣ କରିଛୁ, ତାହା ସମସ୍ତେ ଦେଖିଲେଣି । କିନ୍ତୁ ୨୪ ବର୍ଷ ଶାସନରେ ବିଜେଡି ନୂଆପଡ଼ା ପାଇଁ କଣ କରିଛି ନବୀନ ବାବୁ କୁହନ୍ତୁ । ନୂଆପଡ଼ାରେ ୭୫ ହଜାର ମା, ଭଉଣୀ ସୁଭଦ୍ରା ଯୋଜନାରେ ଉପକୃତ। ନୂଆପଡ଼ାର ୪୫ ହଜାର ଚାଷୀ ୮ ଶହ ଟଙ୍କାର ଇନପୁଟ୍ ସହାୟତା ପାଇଛନ୍ତି । ମନମୋହନ ସାମଲ ଆଉ ମଧ୍ୟ କହିଛନ୍ତି ବରଗଡ ସହ ନୂଆପଡାକୁ ରେଳ ଲାଇନ ଯୋଡିବାକୁ ଜମି ଅଧିଗ୍ରହଣ ଚାଲିଛି । ଖରିଆର ରୋଡରେ ମଧ୍ୟ ୪ ଲାଇନ ଟ୍ରାକ ପାଇଁ ଯୋଜନା ରହିଛି । ନିର୍ବାଚନରେ ବେଇନାମ, ଭୋଟ୍ ଚୋରି ପରି ଶବ୍ଦର ବ୍ୟବହାରକୁ ନିନ୍ଦା କରୁଛି । ସୂଚନା ଯୋଗ୍ୟ; ନଭେମ୍ବର ୧୧ରେ ଭୋଟ୍ ଗ୍ରହଣ ଏବଂ ୧୪ରେ ଫଳାଫଳ ପ୍ରକାଶ ପାଇବ । ଏହା ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାରୁ ସବୁ ପାର୍ଟିର ମାଳ ମାଳ ନେତା ନୂଆପଡାରେ ମେଳି କରିଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ଓ ପାର୍ଟି ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦିଆଯାଉଛି । Post navigation IT Raid: ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ଚଢାଉ Nuapada Bypoll: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ