ନୂଆପଡା ଉପନିର୍ବାଚନ ପାଇଁ କାଲି ସରିବ ପ୍ରଚାର । ତାପୂର୍ବରୁ ଆଜି କମ୍ପିଛି ନୂଆପଡା ମୈଦାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ାରେ ରୋଡ୍ ଶୋ’ କରିଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ସେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ନୂଆପଡ଼ାରୁ ଖରିଆର ରୋଡ୍ ଯାଏ ୧୦ କିମି ରୋଡ୍ ସୋ କରି ନୂଆପଡାବାସୀଙ୍କୁ ଭୋଟ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ାଗସ୍ତ ସମୟରେ ମୋହନ ମାଝୀ ପ୍ରଥମେ ସୁନାବେଡ଼ାର ମା ସୁନାଦେଈଙ୍କ ଦର୍ଶନ କରି ତାଙ୍କର ଆଶୀର୍ବାଦ ଲାଭ କରିଛନ୍ତି । ସୁନାବେଡ଼ାରେ ସାଧାରଣ ସଭାରେ ଯୋଗ ଦେଇଛନ୍ତି । ସ୍ୱାଧୀନତା ପରଠାରୁ ଜଣେ ବି ମୁଖ୍ୟମନ୍ତ୍ରୀ ଏ ପାହାଡ଼ ଉପରେ ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ାକୁ ଚାହିଁ ନାହାନ୍ତି । ନୂଆପଡ଼ା ନିର୍ବାଚନ ସରିଲେ ସୁନାବେଡ଼ା ବିକାଶର ଦାୟିତ୍ୱ ତାଙ୍କର ବୋଲି ସେ କହିଛନ୍ତି । ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି । ଖାଲି ଭୁବନେଶ୍ୱରରେ ରହି ଆପଣମାନେ ଖୁସି ତ କହିଲେ । ଆଦିବାସୀଙ୍କ ଦୁଃଖ ବୁଝିବ କିଏ? ମୁଁ ଆଦିବାସୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି ବୋଲି ସେ କହିଛନ୍ତି । ତାଙ୍କ ସହ ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମର୍, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପ୍ରଖ୍ୟାତ ଅଭିନେତା ତଥା ବିଧାୟକ ଆକାଶ ଦାସନାୟକ ମଧ୍ୟ ଉପସ୍ଥିତ ଥିଲେ ସୂଚନାଯୋଗ୍ୟ, କୋମନା ବ୍ଲକ୍ରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ସୋ’ କରିବା ସହ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ । Post navigation Nuapada Bypoll: ବିଜେଡି ନେତାଙ୍କ ଘରେ IT ରେଡ Pitabash Panda Murder Case: ପୀତବାସଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା