ଦେଶ ପାଳୁଛି ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି । ଆଜି ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ ଗୀତ ବନ୍ଦେ ମାତରମର ୧୫୦ତମ ବର୍ଷ ପୂର୍ତ୍ତିର ବର୍ଷବ୍ୟାପୀ ସ୍ମାରକୀ ଉତ୍ସବକୁ ଉଦଘାଟନ କରି ଉତ୍ସବରେ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଜାରି କରିଛନ୍ତି। ଏହା ସହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି ଅବସରରେ ବନ୍ଦେ ମାତରମ’ ସଂଗୀତର ମୂଲ୍ୟବୋଧ ବଖାଣିଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ‘ବନ୍ଦେ ମାତରମ’ କେବଳ ସଂଗୀତ ନୁହେଁ, ସଂକଳ୍ପ ଅଟେ । ମା’ ଭାରତୀଙ୍କ ସାଧନା, ଶକ୍ତିର ମନ୍ତ୍ର ହେଉଛି ‘ବନ୍ଦେ ମାତରମ’ । ତେଣୁ ୭ ନଭେମ୍ବର ହେଉଛି ଏକ ଐତିହାସିକ ଦିନ ।

‘ବନ୍ଦେ ମାତରମ୍’ ଶବ୍ଦ ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପୂର୍ଣ୍ଣ କରେ, ଏବଂ ଆମକୁ ସାହସ ଦିଏ ଯେ ଏପରି କୌଣସି ଲକ୍ଷ୍ୟ ନାହିଁ ଯାହା ହାସଲ କରାଯାଇପାରିବ ନାହିଁ। ଆଜି ଆମେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପାଳନ କରୁଛୁ । ଏହା ଆମକୁ ନୂତନ ପ୍ରେରଣା ଦେବ, ଏବଂ ଦେଶର ଲୋକମାନଙ୍କୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିବ। ବନ୍ଦେ ମାତରମ୍ ପ୍ରତ୍ୟେକ ଯୁଗରେ ପ୍ରାସଙ୍ଗିକ ।

ଗୀତର ପୂର୍ଣ୍ଣ ସଂସ୍କରଣର ସାମୂହିକ ଗାନ, ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା, ଯେଉଁଥିରେ ଦେଶର ସାର୍ବଜନୀନ ସ୍ଥାନଗୁଡ଼ିକରେ ନାଗରିକମାନଙ୍କର ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମ ଆଜି ଠାରୁ ୨୦୨୬ ଆରମ୍ଭ ହୋଇ ନଭେମ୍ବର ୭ ପର୍ଯ୍ୟନ୍ତ ବର୍ଷବ୍ୟାପୀ ପାଳନ କରାଯିବ। ଏହି କାଳଜୟୀ ରଚନାର ୧୫୦ତମ ବାର୍ଷିକୀ ପାଳନର ସ୍ମୃତିରେ ଯାହା ଭାରତର ସ୍ୱାଧୀନତା ଆନ୍ଦୋଳନକୁ ପ୍ରେରଣା ଦେଇଥିଲା ଏବଂ ଜାତୀୟ ଗର୍ବ ଏବଂ ଏକତାକୁ ବଜାୟ ରଖିଥିଲା।

Leave a Reply

Your email address will not be published. Required fields are marked *