ଚତୁର୍ଥ ଟି-ଟ୍ଵେଣ୍ଟି ଜିତିଲା ଟିମ୍ ଇଣ୍ଡିଆ। ୪୩ ରନରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ। ଫଳରେ ପାଞ୍ଚି ଟିକିଆ ସିରିଜରେ ଭାରତ ଆଜି ୨-୧ରେ ଆଗରେ ରହିଛି । ଏବେ ଭାରତ ପରବର୍ତ୍ତୀ ମ୍ୟାଚରେ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି । ଓଭାଲରେ ହୋଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସେଭଳି ଆଶା ଜନକ ପ୍ରଦର୍ଶନ କରିପାରିନଥିଲା । ଉପ ଅଧିନାୟକ ଶୁବମନ ଗିଲଙ୍କ ସର୍ବାଧିକ ୪୬ ରନ୍ ବଳରେ ଦଳ ୮ଟି ୱିକେଟ୍ ହରାଇ ମାତ୍ର ୧୬୭ ରନ୍ କରିଥିଲା । ଅଷ୍ଟ୍ରେଲିଆକୁ ୧୬୮ ରନର ବିଜୟ ଲକ୍ଷ୍ୟ ଦେଇଥିବା ଟିମ୍ ଇଣ୍ଡିଆ । ପ୍ରଥମେ ୩୭ ରନରେ ଭାରତକୁ ସଫଳତା ମିଳିଥିଲା । ଏହିପରି ଭାବେ ୧୦୦ ରନ୍ ମଧ୍ୟରେ ଅଷ୍ଟ୍ରେଲିଆ ୫ଟି ୱିକେଟ୍ ହରାଇଥିଲା । ଆୟୋଜକ ଦଳ ୧୮ ଓଭର୍ ୨ଟି ବଲ୍ ଖେଳି ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ କରିଛି । ମାଇକେଲ୍ ମାର୍ସ ସର୍ବାଧିକ ୩୦ ରନ୍ କରିଛନ୍ତି । ଭାରତ ପକ୍ଷରୁ ୱାଶିଂଟନ୍ ସୁନ୍ଦର ସର୍ବାଧିକ ୩ଟି ୱିକେଟ୍ ନେଇଥିବାବେଳେ ଶିବମ୍ ଦୁବେ ଏବଂ ଅକ୍ସର ପଟେଲ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ଅର୍ଶଦୀପ, ବୁମରାହ ଏବଂ ବରୁଣଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି । Post navigation Keonjhar DSSO Arrested: ଭିଜିଲାନ୍ସ ଜାଲରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ Nuapada Bypoll: ନୂଆପଡାରେ ବିଜୟ ସଂକଳ୍ପ ସମାବେଶରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ