Amar Patnaik joins BJP is a deal between 2 parties: Congress
ନୂଆପଡା ଖୁଣ୍ଟିଆ ଭବନଠାରେ ପିସିସି ମିଡ଼ିଆ ସେଲ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପୂର୍ବତନ ବିଧାୟକ ତଥା ପିସିସିର ବରିଷ୍ଠ ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ ଅମର ପଟ୍ଟନାୟକ ବିଜେପିକୁ ଯିବା ଦୁଇ ଦଳର ଡିଲ୍ ବୋଲି କହିଛନ୍ତି ।
 
ନୂଆପଡାରେ ପ୍ରାର୍ଥୀ ଅଦଳ ବଦଳ ଏବଂ ପ୍ରଚାର ପ୍ରସାର ଦେଖିଲେ ସାଧାରଣ ବ୍ୟକ୍ତିଟିଏ ମଧ୍ୟ କହି ଦେବ ବିଜେପି ବିଜେଡି ଭାଇ ଭାଇ ବୋଲି । ନୂଆଦିଲ୍ଲୀରେ କେତେବେଳେ ଡିଲ ହେଉଛି ତ କେତେବେଳେ ଭୁବନେଶ୍ୱରରେ ଡିଲ ହେଉଛି । ନବୀନ ବାବୁ ସବୁ ଜାଣନ୍ତି ନଜାଣିଲା ଭଳି ବ୍ୟବହାର କରନ୍ତି ।
 
ଡ ପଟ୍ଟନାୟକ କହିଛନ୍ତି ଯେ, ଅମର ପଟ୍ଟନାୟକଙ୍କୁ ପାଞ୍ଚଜଣ ଲୋକ ଚିନ୍ହିବେକି ନାହିଁ ସନ୍ଦେହ । ମହାଶୟ ବିଜେପିରେ ମିଶିବାର ମାତ୍ର ଘଣ୍ଟାକ ପୂର୍ବରୁ ବିଜେଡି ସାମାଜିକ ଗଣମାଧ୍ୟମରେ ଉଦବୋଧନ ଦେଉଥିଲେ କିନ୍ତୁ ଏକ ଫୋନ ଆସିଲା ପରେ ବାବୁ ବିଜେପି ଅଫିସ ହାଜର ହୋଇ ଗେରୁଆ ପିନ୍ଧିଲେ ଓ ପ୍ରଧାନମନ୍ତ୍ରୀଙ୍କ ଭାଷଣ ମତେ ଆକୃଷ୍ଟ କରିଥିଲା ବୋଲି ଗୀତ ଗାଇଲେ ।
 
ବିଜେପିକୁ ସେ ଯେତେ ଗାଳି ଗୁଲଜ କରିଛନ୍ତି ତା ସତ୍ୱେ ମଧ୍ୟ ବିଜେପି ତାଙ୍କୁ ନିଜ ଦଳକୁ ନେବା ଆଶ୍ଚର୍ଯ୍ୟ ବିଷୟ । ହୁଏତ ଗାଳି ଗୁଲଜ କଲେ ବିଜେପି ତାହା ପ୍ରଶଂସା ବୋଲି ବିଚାର କରୁ ଥାଇପାରେ ।
 
ସେ ରାଜ୍ୟସଭା ସାଂସଦ ହୋଇ ମୁଖପାତ୍ର ମଧ୍ୟ ଥିଲେ ଏବଂ ସେ ସମୟରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରୁଥିଲେ । ଏପରିକି ବିଜେପି ତାହା ଖଣ୍ଡନ କରିବା ପାଇଁ ଅନେକ ସମୟରେ ବିବୃତି ମଧ୍ୟ ରଖୁଥିଲା ବୋଲି ଡ ପଟ୍ଟନାୟକ କହିଛନ୍ତି ।
 
ବିଜେଡି ବିଜେପି ସହିତ ନାହିଁ ବୋଲି ଲୋକଙ୍କ ଧାରଣା ନ ଆସୁ ସେଥିପାଇଁ ନୂଆପଡା ଗସ୍ତ କରିଥିଲେ । ନୂଆପଡା ଗସ୍ତ କଲେ କଣ ନୂଆପଡା ବିଜେଡି କର୍ମକର୍ତ୍ତାଙ୍କ ସାଥିରେ କରା ଯାଇଥିବା ବିଶ୍ୱାସଘାତକତା ଲିଭି ଯିବ । ବିଜେପି କେବଳ ଚୋରୀ ଡକାୟତି ଓ ଭୟ ବଳରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି । ଭୋଟ ଚୋରୀ ପୁଣି ପ୍ରାର୍ଥୀ ଚୋରୀ ତ କେତେବେଳେ କଂଗ୍ରେସ ଅଫିସ ଉପରେ ପୁଲିସ ଚଢ଼ାଉ ତ କେତେବେଳେ ବିଜେପି ବିଧାୟକଙ୍କ ପିଏସଓ ଲୋକଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳି ଚାଳନା କରୁଛି ବୋଲି ଦେବାଶିଷ ପଟ୍ଟନାୟକ କହିଛନ୍ତି ।
 
ଆମ କଂଗ୍ରେସ ପ୍ରାର୍ଥୀ ଆଦିବାସୀ ନେତା ନୂଆପଡାର ମାଟିର ସନ୍ତାନ ଓ ଗର୍ବ । ତାଙ୍କ ଲୋକପ୍ରିୟତା ଏବଂ ପିସିସି ସଭାପତିଙ୍କ ସାଧାରଣ ଜନତାଙ୍କ ସହିତ ସୁସମ୍ପର୍କ ତଥା ତାଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖି ବିଜେପି ଛାନିଆ ହୋଇଯାଉଛି ।
 
କିନ୍ତୁ ନୂଆପଡାବାସୀ ଜାଣନ୍ତି ନୂଆପଡାର ବିକାଶ ଓ ଆଦିବାସୀଙ୍କ ଉନ୍ନତି କେବଳ କଂଗ୍ରେସ ଓ ଘାସିରାମ ମାଝୀ କରିପାରିବେ । ଘାସିରାମଙ୍କ ବିଜୟ ହେବ ବୋଲି ଡ ପଟ୍ଟନାୟକ କହିଛନ୍ତି । ନୂଆପଡା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ରଙ୍କ ସଂଯୋଜନାରେ ଆଜିର ସାମ୍ବାଦିକ ସମ୍ମୀଳନୀରେ ଯୁବନେତା ମୂରଲୀଧର ନାୟକ, ପୂର୍ବତନ ବିଧାୟକ ବିନୋଦ ପାତ୍ର ଓ ପିସିସି ୱାର ରୁମ ସଦସ୍ୟ ଶାନ୍ତନୁ ସାହୁ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *