ଟି ଟ୍ବେଣ୍ଟିରେ ଜିତିଲା ଭାରତ । ତୃତୀୟ ଟି ଟ୍ବେଣ୍ଟିରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଲା ଭାରତ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ୟ ଟି୨୦ ମ୍ୟାଚକୁ ୫ ୱିକେଟରେ ଜିତିନେଇଛି ଭାରତ। ୧୮୭ ଟାର୍ଗେଟ୍‌କୁ ୯ ବଲ ବାକି ଥାଇ ହାସଲ କଲା ଭାରତ । ତୃତୀୟ ମ୍ୟାଚ୍ ସୁଦ୍ଧା ସିରିଜ ୧-୧ ବରାବର ସ୍ଥିତିରେ । ପ୍ରଥମ ଟି୨୦ ବାତିଲ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଜିତିଥିଲା ।

ସୂଚନା ଯୋଗ୍ୟ; ହୋବାର୍ଟରେ ଖେଳା ଯାଉଥିବା ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଘରୋଇ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଡେଭିଡଙ୍କ ୭୪ ରନ ଓ ମାର୍କସ ଷ୍ଟୋଇନିସଙ୍କ ୬୪ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ତିନୋଟି ୱିକେଟ୍ ନେଇ ସବୁଠାରୁ ସଫଳ ବୋଲର ହୋଇପାରିଛନ୍ତି।

ଏହା ପରେ ୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୩୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । ଅଭିଷେକ ଶର୍ମା ୧୬ ବଲରୁ ୨୫ ରନ କରିଥିଲେ। ଏହା ପରେ ଶୁବମନ ଗିଲ୍ ୧୫ ରନ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୧ ବଲରୁ ୨୪ ରନ କରି ଆଉଟ୍ ହୋଇଥିଲେ । ତେବେ ଓ୍ଵାଶିଂଟନ ସୁନ୍ଦର ବିସ୍ଫୋରକ ବ୍ୟାଟିଂ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଅକ୍ଷର ପଟେଲ୍ ୧୭ ରନ କରିଥିବା ବେଳେ ତିଳକ ବର୍ମା ୨୯ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଓ୍ଵାଶିଂଟନ ୨୩ ବଲରୁ ଦ୍ରୁତ ୪୯ ରନ କରି ଅପରାଜିତ ରହି ଦଳକୁ ଜିତାଇଛନ୍ତି । ଜିତେଶ ଶର୍ମା ୨୨ ରନ କରିଥିଲେ ।

Leave a Reply

Your email address will not be published. Required fields are marked *