odisha-colleges-universities-to-have-anti-drug-inspectors
କଲେଜ କ୍ୟାମ୍ପସ ହେବ ନିଶାମୁକ୍ତ । କ୍ୟାମ୍ପସ୍‌କୁ ନିଶାମୁକ୍ତ କରିବା ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରତି କ୍ୟାମ୍ପସ୍‌ରେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର ନିଯୁକ୍ତ ହେବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
 
କ୍ୟାମ୍ପସ୍‌କୁ ନିଶାମୁକ୍ତ କରିବାକୁ ସରକାର ପ୍ରୟାସ ଆରମ୍ଭ କରିବେ । କଲେଜ ଓ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଏହି ଦାୟିତ୍ୱ ଦିଆଯିବ ଏନେଇ କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ୟୁଜିସି ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି ହୋଇଛି ।
 
 ସେହି ଆଧାରରେ ରାଜ୍ୟ ସରକାର ସପ୍ତାହ ବ୍ୟାପୀ ବିଭିନ୍ନ କଲେଜ ଏଵଂ ବିଶ୍ୱ ବିଦ୍ୟାଳୟମାନଙ୍କରେ ଆଲୋଚନା ସହିତ ଯୋଗ, ଶାରୀରିକ ଦକ୍ଷତା ଏଵଂ ପୃଷ୍ଟିକର ଖାଦ୍ୟ  ଉପରେ ଗୁରୁତ୍ୱ ଦେବେ । ଏଥିସହ ସହ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଶିକ୍ଷାନୁଷ୍ଠାନ ମଧ୍ୟରେ ନିଶାଯୁକ୍ତ ପଦାର୍ଥ ଅପବ୍ୟବହାରକୁ ରୋକିବା ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ।
 

By Nirvay

Leave a Reply

Your email address will not be published. Required fields are marked *