ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସରକାରୀ ଅଧିକାରୀମାନଙ୍କୁ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହିତ ଯୁବପୀଢ଼ି ଦୁର୍ନୀତିରେ ଲିପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ଆଜିକାଲି ଯୁବ ଅଧିକାରୀମାନେ ଦୁର୍ନୀତିରେ ଲିପ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ସରକାରୀ ଅଧିକାରୀ ହୋଇ ଲୋକଙ୍କ ସେବା କରିବାକୁ ସ୍ୱପ୍ନ ଦେଖୁଥିଲେ, ସ୍ୱଚ୍ଛ ସେବା ଦେବେ, ସଚ୍ଚୋଟତା ଏବଂ ସାଧୁତା ଅବଲମ୍ବନ କରିବେ ବୋଲି କହୁଥିଲେ, ତାହାର କମ୍ ପ୍ରତିଫଳିତ ଦେଖାଯାଉଛି । ଆଇଏଏସ୍ ଏବଂ ଓଏଏସ୍ ପରୀକ୍ଷାରେ ରାଙ୍କ୍ ରଖି ଖବରକାଗଜରେ ପ୍ରଶଂସିତ ହେଉଥିଲେ । ଯେଉଁ ଖବରକାଗଜରେ ପ୍ରଶଂସିତ ହେଉଥିଲେ ଦୁର୍ନୀତି କରିବା ପରେ ସେହି ଖବରକାଗଜରେ ତାଙ୍କର ଖବର ଆସୁଛି । ଯେଉଁମାନେ ଆମର ଆଦର୍ଶ ହୋଇଥାଆନ୍ତେ କେବଳ କିଛି ଟଙ୍କା ପାଇଁ ନିଜ ଆଦର୍ଶ ଆଉ ବିଚାରଧାରାକୁ ବିକ୍ରି କରି ଦେଉଛନ୍ତି । କିଛି ଟଙ୍କା ପାଇଁ ଆତ୍ମ ସମ୍ମାନକୁ ବିକ୍ରି କରିଦେଉଛନ୍ତି । ଏହାଦେଖି ରାଜ୍ୟବାସୀ ଚିନ୍ତିତ ହୋଇ ପଡୁଛନ୍ତି । ଏଭଳି ଅଧିକାରୀଙ୍କୁ ସାବଧାନ କରିଦିଅନ୍ତୁ, ଭିଜିଲାନ୍ସ କ୍ଷମା ଦେବନି, କି ଛାଡ଼ିବନି । ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୁଣି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଦୁର୍ନୀତି ପାଇଁ ସରକାର ଶୂନ୍ୟ ସହନଶୀଳତା ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି । ଦୁର୍ନୀତି ବ୍ୟବସ୍ଥାରେ ପ୍ରବେଶ କଲେ, ସାଧାରଣ ଲୋକଙ୍କ ଭରସା ଭାଙ୍ଗିବା ସହିତ ନ୍ୟାୟକୁ ବିକୃତ କରେ, ଦକ୍ଷତାକୁ କ୍ଷୁର୍ଣ୍ଣ କରେ ଏବଂ ଶାସନର ନୈତିକ ବୋଧକୁ ଦୁର୍ବଳ କରେ । ଦୁର୍ନୀତି ବିରୋଧରେ ଲଢ଼ିବା କର୍ତ୍ତବ୍ୟ ନୁହେଁ ବରଂ ନୈତିକ ଦାୟିତ୍ୱ । ପୁର୍ବ ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ସରକାର କେରାଣ୍ଡି ମଉରାଳୀକୁ ଧରି ବାଳିଆ ରୋହି ଛାଡ଼ି ଦେଉଥିଲେ । କିନ୍ତୁ ଆମ ସରକାର ଭିଜିଲାନ୍ସକୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି । ୧୬ ମାସରେ IASଠୁ ଆରମ୍ଭ କରି ୭ ମୁଖ୍ୟ ଯନ୍ତ୍ରୀ ଧରାପଡ଼ିଛନ୍ତି । ୫ ତହସିଲଦାର, ୪ ବିଡିଓ, ୧୦ ପୋଲିସ ଅଧିକାରୀ, ଜଣେ DFO ଧରାପଡ଼ିଛନ୍ତି । Post navigation Cyclone Montha: ବାତ୍ୟା ମୋନ୍ଥା; ଜିରୋ କାଜୁଆଲିଟି ଲକ୍ଷ୍ଯରେ ସରକାର କାର୍ଯ୍ୟ କରୁଛନ୍ତି: ମୁଖ୍ୟମନ୍ତ୍ରୀ ମୋହନ ମାଝୀ Nuapada Bypoll: ନୂଆପଡ଼ାରେ ବିଜେପି ପକ୍ଷରୁ ଆୟୋଜିତ ହେଲା ଆଦିବାସୀ ସମାଜ ସମ୍ମିଳନୀ