ନିର୍ବାଚନ କମିଶନ ସୋମବାର ଦିନ ଭୋଟର ତାଲିକାର ଦେଶବ୍ୟାପୀ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ୨ୟ ପର୍ଯ୍ୟାୟରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର୍। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ସମେତ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ। ମହାରାଷ୍ଟ୍ର ଭଳି ରାଜ୍ୟ ଏବଂ ଜମ୍ମୁ ଏବଂ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଏବଂ ଲଦାଖ ଭଳି ତୁଷାରପାତ ଅଞ୍ଚଳଗୁଡ଼ିକୁ ପରେ ଅନ୍ତର୍ଭୁକ୍ତ କରାଯିବ। ଏ ନେଇ ପ୍ରେସ୍‌ କନଫରେନ୍ସରେ ସୂଚନା ଦେଲେ ମୁଖ୍ୟ ନିର୍ବାଚନ କମିଶନର ।

ବିହାରରେ ସଫଳତା ପରେ ସାରା ଦେଶରେ କରିବାକୁ ନିଷ୍ପତ୍ତି । ବିହାରରେ ସାଢ଼େ ୭ କୋଟି ଭୋଟର ଭାଗନେବା ସ୍ବାଗତଯୋଗ୍ୟ । ପର୍ଯ୍ୟାୟ ଭିତ୍ତିରେ ସାରା ଦେଶରେ କରିବାକୁ ନିଷ୍ପତ୍ତି । ଫେକ୍‌ ଭୋଟରଙ୍କୁ ବାଦ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଅନ୍ୟପଟେ ଏସ୍‌ଆଇଆରର ଆବଶ୍ୟକତା ଅଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ରାଜନୈତିକ ଦୃଷ୍ଟି କୋଣରୁ କେହି ଏହାକୁ ବିରୋଧ କରିପାରନ୍ତି। କିନ୍ତୁ ଏହାର ଆବଶ୍ୟକତା ଅଛି। ବିଭିନ୍ନ ସମୟରେ ଭୋଟ ଦେଇଥିବା ଏବଂ ନ ଦେଇଥିବା ଲୋକଙ୍କ ତଦାରଖ କରିବାର ଆବଶ୍ୟକତା ଅଛି । ଯେଉଁମାନେ ଭୋଟ ଦେଇନାହାନ୍ତି କାହିଁକି ଦେଇନାହାନ୍ତି ସେ କଥା ବି ସାମ୍ନାକୁ ଆସିବାର ଅଛି।

ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ହେଉଛି ଘରକୁ ଘର ଯାଇ ଭୋଟରମାନଙ୍କ ଗଣନା କରି ନୂଆ ଭୋଟର ତାଲିକା ପ୍ରସ୍ତୁତ କରିବା। ପ୍ରଚଳିତ ତାଲିକାକୁ ବିଚାରକୁ ନ ନେଇ ଗଣନାକାରୀମାନେ ପ୍ରତି ଘରକୁ ଯାଇ ଧାର୍ଯ୍ୟ ତାରିଖ ସୁଦ୍ଧା ଯୋଗ୍ୟ ଭୋଟରମାନଙ୍କ ତାଲିକା ପ୍ରସ୍ତୁତ କରିଥାନ୍ତି।

 

 

Leave a Reply

Your email address will not be published. Required fields are marked *