ଆଇସିୟୁରେ ଭର୍ତ୍ତି ହେଲେ ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ଶ୍ରେୟସ ଆୟର । ସିଡନୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଫିଲ୍ଡିଂ ବେଳେ ଆହତ ହୋଇଥିଲେ ଆୟର । ଶ୍ରେୟସଙ୍କର ରିବ୍ କେଜ୍ ଇଞ୍ଜ୍ୟୁରି (ପଞ୍ଜରା ହାଡ଼ରେ ଆଘାତ) ଯୋଗୁଁ ରକ୍ତସ୍ରାବ ହେଉଥିବା ଜଣାପଡ଼ିଛି । ବିସିସିଆଇ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଡାକ୍ତର ତାଙ୍କ ଚିକିତ୍ସାରେ ନିୟୋଜିତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ; ଗତ ଶନିବାର ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ମୁକାବିଲାରେ ଫିଲ୍ଡିଂ କରୁଥିବାବେଳେ ଶ୍ରେୟସ୍ ଆହତ ହୋଇଥିଲେ । ଆଲେକ୍ସ କେରେଙ୍କ କ୍ୟାଚ୍ ଧରୁଥିବାବେଳେ ତାଙ୍କର ପଞ୍ଜରା ହାଡ଼ରେ ଆଘାତ ପାଇଥିଲେ । ପଡ଼ିଆରୁ ତାଙ୍କୁ ତୁରନ୍ତ ଗ୍ରୀନ ରୁମ୍ ନିଆଯିବା ପରେ ମ୍ୟାଚ୍ ସମୟରେ ଶ୍ରେୟସ ଆୟରଙ୍କ ଆହତ ପାଇଁ ହସ୍ପିଟାଲ ପଠାଯାଇଥିଲା। । ଅନ୍ୟପଟେ ଭାରତୀୟ ଦଳ ନଭେମ୍ବର ୩୦ ରୁ ଡିସେମ୍ବର ୬ ପର୍ୟ୍ୟନ୍ତ କିଛି ସପ୍ତାହ ମଧ୍ୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିା ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରେୟସଙ୍କ ଦିନିକିଆ ସିରିଜ୍ ଖେଳିବାରେ ବାଦ୍ କରାଯାଇଥିବା ଜଣାପଡ଼ିଛି। Post navigation Next CJI: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ Cyclone Montha: ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’; ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି