କ୍ୟାପିଟାଲ ଥାନା ଘେରାଉ କଲେ ସ୍ମାର୍ଟସିଟି ଅନଲାଇନ୍ ଅଟୋ ଚାଳକ ସଂଘ । କ୍ୟାପିଟାଲ ଥାନା ସାମ୍ନାରେ ଏକାଧିକ ଅଟୋ ଛିଡ଼ା ହୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଏହା ଫଳରେ ରାଜମହଲରୁ ଏଜି ଛକ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । କିଛି ଦିନ ତଳେ ଅନଲାଇନ ସ୍ମାର୍ଟସିଟି ଅଟୋଚାଳକ ସଙ୍ଘର ଜଣଙ୍କୁ ମାଡ଼ ହୋଇଥିଲା । ଗିରଫ ପ୍ରତିବାଦରେ ଆଜି ସ୍ମାର୍ଟ ସିଟି ଅଟୋଚାଳକ ସଙ୍ଘ କ୍ୟାପିଟାଲ ଥାନା ଘେରାଓ କରିଛନ୍ତି । ଦୋଷୀକୁ ପୋଲିସ ଗିରଫ ନକରି ନିର୍ଦୋଷକୁ ଗିରଫ କରିଥିବାର ଅଭିଯୋଗରେ ଆନ୍ଦୋଳନ କରାଯାଇଛି । ସୂଚନା ଯୋଗ୍ୟ; ଷ୍ଟେସନ ଅଟୋଚାଳକ ସଙ୍ଘର କିଛି ପିଲା ମାଡ଼ ମାରିବା ଅଭିଯୋଗ ଥିଲା । କାଲି ଉଭୟ ଗୋଷ୍ଠୀର ପିଲାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୋଷୀକୁ ପୋଲିସ ଗିରଫ ନ କରି ନିର୍ଦୋଷକୁ ଗିରଫ ଅଭିଯୋଗ ।ପ୍ରତିବାଦରେ କ୍ୟାପିଟାଲ ଥାନାକୁ ସ୍ମାର୍ଟ ସିଟି ଅଟୋ ଚାଳକ ସଙ୍ଘ ଘେରାଓ । Post navigation ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଧର୍ଷଣ ମାମଲା: ପୀଡିତାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ୧୬ରେ ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ