prisoners escape case: Choudwar jailorn transferred to kantabanji
କଟକ ଜିଲ୍ଲା ଚୌଦ୍ୱାର ସର୍କଲ ଜେଲରୁ କଏଦୀ ଖସି ପଳାଇବା ଘଟଣାରେ ଚୌଦ୍ୱାରର ଜେଲରଙ୍କ ବଦଳି ହୋଇଛି ।
 
ଜରୁରୀ କାଳୀନ ଭିତ୍ତିରେ ଚୌଦ୍ୱାର ଜେଲର ସନ୍ତୋଷିନୀ ଦାଶଙ୍କୁ କଣ୍ଟାବାଞ୍ଜି ସବ୍‌ଜେଲ୍‌କୁ ବଦଳି କରାଯାଇଛି । ସେ କଣ୍ଟାବାଞ୍ଜି ଜେଲର ଭାବେ କାର୍ଯ୍ୟ କରିବେ । ତାଙ୍କ ସ୍ଥାନରେ କଣ୍ଟାବାଞ୍ଜି ଜେଲର ରଘୁରାଜ ମାଝୀ ଚୌଦ୍ୱାର ଜେଲଙ୍କୁ ବଦଳି କରାଯାଇଛି । ଜେଲ୍‍ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏହା ପ୍ରକାଶ ପାଇଛି ।
 
କହିରଖୁଛୁ ଯେ, ଗତ ଗୁରୁବାର ଦିନ ବିହାର ଅଞ୍ଚଳର ୨ ବିଚାରାଧୀନ ବନ୍ଦୀ ଜେଲ ର ଉଚ୍ଚ କାନ୍ଥ ଓ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭେଦ କରି ଖସି ପଳାଇବାକୁ ସକ୍ଷମ ହୋଇଥିଲେ ।
 
ବନ୍ଦୀ ସେଲର ମୋଟା ଲୁହା ରଡ କାଟିବା ୨ ଜଣ ବନ୍ଦୀଙ୍କ ଦ୍ୱାରା କେବେ ସମ୍ଭବପର ନୁହେଁ । ଏଥିରେ କିଛି ଅଧିକାରୀ, କର୍ମଚାରୀ ଓ ବନ୍ଦୀ ସାମିଲ ଥିବା ଅନୁମାନ କରାଯାଇଛି । ପୂର୍ବରୁ, କାର୍ଯ୍ୟରେ ଅବହେଳା ପାଇଁ ଚୌଦ୍ୱାର ସର୍କଲ ଜେଲର ଚିଫ୍‌ ୱାର୍ଡର ଭଗତ ଚରଣ ରାମ ଓ ୱାର୍ଡର ସିନ୍ଧାନ୍ତ ସାହୁଙ୍କୁ ନିଲମ୍ବନ କରାଯାଇଥିଲା ।
prisoners-escape-case-choudwar-jailor-transferred-to-kantabanji

By Nirvay

Leave a Reply

Your email address will not be published. Required fields are marked *