Odisha CM announces Rs 4 Lakh Ex-Gratia For Families Of Gajapati lanslide Victims
ଦୁଇ ଦିନ ଧରି ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ୨ ଜଣ ପ୍ରାଣ ହରାଇଛନ୍ତି ।
 
ଏହି ଦୁଃଖଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
 
ଗଜପତି ଜିଲ୍ଲା ବସ୍ତ୍ରିଗୁଡ଼ା ପଞ୍ଚାୟତର ତ୍ରିନାଥ ନାୟକ ଓ ମେରିପଲ୍ଲୀ ପଞ୍ଚାୟତର ଲକ୍ଷ୍ମଣ ନାୟକଙ୍କର ମୃତ୍ୟୁ ହୋଇଛି । 
 
ପରିସ୍ଥିତି ଉପରେ ନଜର ରଖିବା ସହିତ ସ୍ଥିତି ପରଖିବା ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାକୁ ପଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ବିଭୂତି ଜେନା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
 
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ହେତୁ ଗଜପତି ଜିଲ୍ଲାରେ ପରିସ୍ଥିତି ସଙ୍କଟଜନକ ହୋଇଥିବାବେଳେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଧନ ଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *