ଆଜି ମା’ ଜଗତଜନନୀଙ୍କ ଭସାଣି ଯାତ୍ରା। ଆଜି ବିଭିନ୍ନ ସ୍ଥାନରେ ମାଆଙ୍କୁ ଦିଆଯିବ ମେଲାଣି । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା’ଦୁର୍ଗା । ତେବେ ଭସାଣିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଭୁବନେଶ୍ବର ଓ କଟକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଟ୍ରାଫିକ ବ୍ୟବସ୍ଥା ସହ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି। ଏପିରିକି ମଦ ଦୋକାନ ଖୋଲିଲେ ସେହି ବ୍ୟକ୍ତିଙ୍କ ଉପରେ କଡା କାର୍ଯାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତାସହିତ ବେଆଇନ ଚୋରା ମଦ ବିକ୍ରି ଉପରେ ମଧ୍ୟ କଡ଼ା ନଜର ରହିବ। ଭସାଣୀ ବେଳେ ମଦ ପିଇ ଯେପରି କେହି ଉତ୍ପାତ ନ ହୁଅନ୍ତୁ ସେନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେହିପରି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅପରାହ୍ନ ୨ଟାରୁ ରାତି ଗୋଟାଏ ଯାଏ ଭୁବନେଶ୍ବରରେ ଟ୍ରାଫିକ କଟକଣା ରହିଛି । ଭୁବନେଶ୍ଵର ସହରରେ ୪ଟି ରାସ୍ତାରେ ୪ଟି ଭଷାଣୀ କମିଟି ଭଷାଣୀ ଉତ୍ସବ ପାଳନ କରାଯିବ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରିଛି ପୋଲିସ । ଭଷାଣୀ ସମୟରେ ଯାନବାହାନ ଗୁଡ଼ିକର ଚଳାଚଳକୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବାରଣ କରାଯାଇଛି । ଅପରାହ୍ନ ୨ ଘଟିକାଠାରୁ ରାତି ୧ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ବିସର୍ଜନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରିବା ସହ ଟ୍ରାଫିକ ଉପରେ ନଜର ରଖାଯାଇଛି । ଅନ୍ୟପଟେ ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ କମ୍ପିବ ଭୁବନେଶ୍ୱର। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି। Post navigation ଆଗାମୀ ୧୨ ଘଣ୍ଟାରେ ଆରବ ସାଗରରେ ବାତ୍ୟା ସମ୍ଭାବନା ବ୍ୟୋମକେଶ ରାୟଙ୍କୁ ଘେରିଲେ ସାଧାରଣ ଜନତା