ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି, ବିଜେପି । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇ ତଦନ୍ତ କରିବାକୁ ବିଜେଡ଼ି ଦାବି କରିଥିବା ବେଳେ ଅପର ପକ୍ଷେ କଡ଼ା ଜବାବ ରଖିଛି ବିଜେପି। ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ ପ୍ରେସମିଟ୍ କରି ସିବିଆଇ ତଦନ୍ତ ଦାବି କରିଛି ବିଜେଡି। ଏସ୍ଆଇ ପରୀକ୍ଷାକୁ ନେଇ ବଡ଼ ସ୍କାମ ହୋଇଛି । ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରୁ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି । ଲେନିନ ମହାନ୍ତି କହିଛନ୍ତି ସରକାରୀ ଦଳ ସହ ବଡ଼ ବଡ଼ ଅଫିସର ସଂପୃକ୍ତ । ୧୫୦ କୋଟିର ସ୍କାମ ହୋଇଛି। ଓଡ଼ିଶା ପୋଲିସ ରିକ୍ର୍ୟୁଟିମେଣ୍ଟ ବୋର୍ଡ ପରୀକ୍ଷା ପରିଚାଲନା ଦାୟିତ୍ୱ ପ୍ରଥମେ ଆଇଟିଆଇକୁ ଟେଣ୍ଡର୍ ଦେଇଥିଲା । ଏହା ପରେ ସିଲିକନ ଟେକ୍ ଲ୍ୟାବ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱ ଦିଆଗଲା । ପୁଣି ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ସିଲ୍କନ୍ ଗଞ୍ଜାମରେ ଦେଇଥିଲା । କାହା ସ୍ୱାର୍ଥରେ ସିଲକନ ଟେକ୍କୁ ପରୀକ୍ଷା ଦାୟିତ୍ୱ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ପରୀକ୍ଷାର୍ଥୀଙ୍କ ଭାଗ୍ୟ କ’ଣ ? ଲାଞ୍ଚର ମାଷ୍ଟରମାଇଣ୍ଡ କିଏ ? ୧୫ ମାସରେ ୧୬ ପରୀକ୍ଷା ବାତିଲ ହେଲାଣି, ଏଥିପାଇଁ ଦାୟୀ କିଏ ବୋଲି ବିଜେଡ଼ି ପ୍ରଶ୍ନ କରିଛି । ସେହିପରି ଅନ୍ୟପଟେ ବିଜେଡି ଅଭିଯୋଗର କଡ଼ା ଜବାବ ରଖିଲେ ଆଇନମନ୍ତ୍ରୀ । ଆଇନମନ୍ତ୍ରୀ କହିଛନ୍ତି ବିଜେଡ଼ି ସମୟରେ ପ୍ରଶ୍ନ ଲିକ୍ ଠାରୁ ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷରେ କେତେ ଆକ୍ସନ ନେଇଛନ୍ତି ଆଗ ଉତ୍ତର ଦିଅନ୍ତୁ । ତଦନ୍ତ ପରେ ଯାହାର ସଂପୃକ୍ତି ଜଣାପଡ଼ିବ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ତାଙ୍କ ସମୟରେ ସରକାର ଓ ବିଜେଡି ପ୍ରୋତ୍ସାହନରେ ଦୁର୍ନୀତି ହେଉଥିଲା । ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଲେ ହିଁ ଚାକିରି ନିଶ୍ଚିତ ମିଳୁଥିଲା । କିନ୍ତୁ ଏହି ସ୍କାମରେ ଯେଉଁମାନେ ସାମିଲ ଅଛନ୍ତି ଯାହାର ବି ସଂପୃକ୍ତି ଥିବ, ଯେତେ ବଡ଼ ଲୋକ ହୋଇଥାଆନ୍ତୁ ଦଣ୍ଡିତ ହେବେ । Post navigation ମହେନ୍ଦ୍ରଗିରିରେ ଫସିଥିବା ୨୪ ପର୍ଯ୍ୟଟକ ଉଦ୍ଧାର ଆଗାମୀ ୧୨ ଘଣ୍ଟାରେ ଆରବ ସାଗରରେ ବାତ୍ୟା ସମ୍ଭାବନା